Categories: ଜାତୀୟ

ଜେଏନ୍‌ୟୁରେ ଆମିଷ ଖାଇବାକୁ ଛାତ୍ରଙ୍କୁ ବାରଣ

ନୂଆଦିଲ୍ଲୀ,୧୧ ।୪: ଜେଏନ୍‌ୟୁରେ ଆମିଷ ଖାଇବାକୁ ନେଇ ବିବାଦ ଉପୁଜିଛି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଦିଲ୍ଲୀ ପାଲିସର ସୂଚନା ଅନୁଯାୟୀ, ଦୁଇ ଗୋଷ୍ଠୀର ଛାତ୍ରଙ୍କ ମଧ୍ୟରେ ୬ ଜଣ ଆହତ ହୋଇଛନ୍ତି । ଜେଏନୟୁ ମେସ ବିବାଦକୁ ନେଇ ବିଏଚପି ପ୍ରବକ୍ତା ବିନୋଦ ବଂଶଲ କହିଛନ୍ତି, କେତେଜଣ ଚରମପନ୍ଥୀ ଭୁଲ ପ୍ରଚାର କରୁଛନ୍ତି । ଖାଇବାର ଅଧିକାର ସମସ୍ତଙ୍କୁ ରହିଛି । ହେଲେ ରାମନବମୀରେ ଏଠାରେ କେତେଜଣ ଛାତ୍ର ପୂଜା କରୁଥିଲେ । ଏପଟେ ଲେପ୍ଟ ସଂଗଠନର ଛାତ୍ର ଏହାକୁ ବିରୋଧ କରିଥିଲେ ।
ଅନ୍ୟପଟେ ଜେଏନୟୁର ପୂର୍ବତନ ଅଧ୍ୟକ୍ଷ ସାଇ ବାଲା ଦାବି କରିଛନ୍ତି ଯେ ଏବିଭିପି ଛାତ୍ରଙ୍କୁ ଆମିଷ ଖାଇବାକୁ ବାରଣ କରିଥିଲା । ନବରାତ୍ରୀ ପାଇଁ ଏମାନଙ୍କୁ ଆମିଷ ବାରଣ କରାଯାଇଥିଲା । ଏହା ଜେଏନୟୁ କାବେରୀ ହଷ୍ଟେଲର ବୋଲି ଜଣାପଡିଛି ।

Share