ଶେରଗଡ଼ରୁ ପୁରୀକୁ ଗଡ଼ିଲା ଏସି ବସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଗଞ୍ଜାମ ଜିଲା ଶେରଗଡ଼ଠାରୁ ପୁରୀକୁ ବୁଧବାର ପ୍ରଥମ ଏସି ବସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ବସ୍‌ ସେବା ଚଳାଚଳକୁ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଓଏସ୍‌ଆରଟିସି ପକ୍ଷରୁ ଏହି ବସ୍‌ ସେବା ଆରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶେରଗଡ଼-ପୁରୀ ମଧ୍ୟରେ ନୂଆ ବସ୍‌ ସେବା ଦ୍ୱାରା ଶେରଗଡ଼ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ। ବିଶେଷକରି କାର୍ତ୍ତିକ ମାସରେ ଗଞ୍ଜାମର ବହୁ ଲୋକ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଏମ୍‌ପି ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲାପାଳ, ଓଏସ୍‌ଆର୍‌ଟିସି ଅଧିକାରୀ ଏବଂ ଶେରଗଡ଼ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ।

Share