Categories: ଜାତୀୟ

ଟ୍ରକରେ ଏସି କ୍ୟାବିନ ବାଧ୍ୟତାମୂଳକ: ଅକ୍ଟୋବର ୧, ୨୦୨୫ ହେବ ଲାଗୁ

ନୂଆଦିଲ୍ଲୀ,୧୦।୧୨: ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନକୁ ବାଧ୍ୟତାମୂଳକ କରିଛନ୍ତି। ସଡକ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି ଯେ, ୨୦୨୫ରୁ ସମସ୍ତ ଟ୍ରକରେ ଏକ ଫିଟ ଏସି କ୍ୟାବିନ ରହିବା ବାଧ୍ୟତାମୂଳକ ହେବ। ଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଚେଷ୍ଟା ପରେ ସରକାର ଶେଷରେ କାର୍ଯ୍ୟକାରୀ ତାରିଖ ସ୍ଥିର କରିଛନ୍ତି। ଅକ୍ଟୋବର ୧, ୨୦୨୫ରେ କିମ୍ବା ପରେ ଉତ୍ପାଦିତ ସମସ୍ତ ଏନ୍‌୨ ଏବଂ ଏନ୍‌୩ ବର୍ଗ ଟ୍ରକର କ୍ୟାବିନରେ ଏୟାର କଣ୍ଡିସନର ବ୍ୟବସ୍ଥା କରାଯିବ ବୋଲି ଏକ ବିଜ୍ଞପ୍ତିରେ ମନ୍ତ୍ରଣାଳୟ କହିଛି।

Share