Categories: ବାଣିଜ୍ୟ

ରାଜ୍‌ ଇଲେକ୍‌ଟ୍ରୋନିକ୍ସରେ ଏସି ମହାସେଲ୍‌ ଅଫର

ଭୁବନେଶ୍ୱର,୧୨।୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ଷ୍ଟୋର ‘ରାଜ୍‌ ଇଲେକଟ୍ରୋନିକ୍ସ’ ପକ୍ଷରୁ ଏୟାର କଣ୍ଡିଶନର(ଏସି) ମହାସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ଗ୍ରୀଷ୍ମ ପ୍ରଭାବ (ଖରାଦିନ) ପୂର୍ବରୁ ଏହି ମହାସେଲ୍‌ ଗ୍ରାହକଙ୍କୁ ବେଶ୍‌ ସହାୟକ ହେବ। ଏପରିକି ଖରାଦିନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଇଲେକଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ ଅହେତୁକ ବୃଦ୍ଧିର ପ୍ରଭାବ ବଜାର ଉପରେ ପଡ଼ିବାର ସମ୍ଭାବନା ରହିଛି, ଆକଳନ ଅନୁଯାୟୀ ବିଗତ ୧୦ବର୍ଷ ଧରି ୧ଡିଗ୍ରୀରୁ ଅଧିକ ସେଲସିୟସର ଅନୁପାତରେ ତାପମାତ୍ରା ବୃଦ୍ଧି ପାଇଚାଲିଛି।

ଏଥିସହିତ ଚଳିତ ବର୍ଷ ଥଣ୍ଡାର ମାତ୍ରା କମ୍‌ ରହିବା ସହିତ ଆଗକୁ ଉତ୍ତାପର ମାତ୍ରା ଅଧିକ ବୃଦ୍ଧି ପାଇବ। ସେଥିପାଇଁ ଏସିର ଚାହିଦା ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି। ଏପରିକି ମାର୍ଚ୍ଚ ଶେଷ ବେଳକୁ ମୂଲ୍ୟ ୧୦୦୦ରୁ ୩୦୦୦ ମୂଲ୍ୟ ପର୍ଯ୍ୟନ୍ତ ବଢ଼ିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ବର୍ତ୍ତମାନ କମ୍ପାନିଗୁଡ଼ିକ ଦ୍ୱାରା ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇନାହିଁ, କିନ୍ତୁ ଜଣାଯାଉଛି ଆଗାମୀ କିଛି ଦିନ ମଧ୍ୟରେ କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି ଉପରେ ବିଚାର କରିପାରନ୍ତି। ମାର୍କେଟରେ କପର, ଆଲୁମିନିୟମର ମୂଲ୍ୟ ଉଲ୍ଲେଖନୀୟ ଭାବେ ବଢିବା ସହିତ କଞ୍ଚାମାଲର ମୂଲ୍ୟ ବଢିବା ଓ ପେଣ୍ଟ୍‌ ପ୍ଲାଷ୍ଟିକ ଭଳି ଉତ୍ପାଦ ପ୍ରତ୍ୟକ୍ଷ ଭାବେ ମୂଲ୍ୟ ବୃଦ୍ଧି ହୋଇଛି।

କମ୍ପାନୀମାନଙ୍କର ଉତ୍ପାଦନ ଖର୍ଚ୍ଚ ବଢିବାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବାକୁ ଯାଉଛି। ଏହି ଦରବୃଦ୍ଧିର ସମ୍ଭାବନା ରହୁଥିବାରୁ ସବୁବେଳେ ଗ୍ରାହକଙ୍କ ସାଥିରେ ଥିବା ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଏସି ଯୋଗାଇଦେବା ପାଇଁ ମହାସେଲ୍‌ ଘୋଷଣା କରିଛି। ଏ ସମ୍ପର୍କରେ ରାଜ୍‌ ଇଲେକ୍ଟ୍ରୋନିକ୍ସର ସ୍ବତ୍ୱାଧିକାରୀ ପ୍ରକାଶ କୁମାର ବିଶ୍ୱାଳ କହିଛନ୍ତି, ଏସି ଏକ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ହୋଇଥିବା ଯୋଗୁ ଜଣେ ଗ୍ରାହକ ଏହାକୁ ବର୍ଷେ କିମ୍ବା ଦୁଇବର୍ଷ ପାଇଁ କିଣି ନ ଥାନ୍ତି, ୮ରୁ ୧୦ବର୍ଷର ଆବଶ୍ୟକତା ପୂରଣ ପାଇଁ କ୍ରୟ କରିଥାନ୍ତି। ତେଣୁ ମୂଲ୍ୟ ବୃଦ୍ଧି ପାଇବା ପୂର୍ବରୁ ଗ୍ରାହକମାନେ ବର୍ତ୍ତମାନ ମୂଲ୍ୟରେ ଏସି କିଣି ଘରେ ଲଗାଇବା ସହିତ ଖରାଦିନେ ତାତିରୁ ଆରାମ ପାଇପାରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share