Categories: ଜାତୀୟ

ପାଠପଢ଼ା ଚାପ: ଆତ୍ମହତ୍ୟା କଲେ ୯ମ ଛାତ୍ର

ଚେନ୍ନାଇ,୨୫।୮: ପାଠପଢ଼ା ଚାପ ସମ୍ଭାଳି ନ ପାରି ତାମିଲନାଡ଼ୁ ଥିରୁଭରୁର ଜିଲା ସ୍ଥିତ ଏକ ଘରୋଇ ସ୍କୁଲର ୯ମ ଶ୍ରେଣୀ ଛାତ୍ର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଧିକ ହୋମଓ୍ବର୍କ ଦିଆଯାଉଥିବାରୁ ଛାତ୍ର ସଞ୍ଜୟ ସ୍କୁଲ ବଦଳାଇବା ପାଇଁ ବାରମ୍ବାର ତାଙ୍କ ମା’ବାପାଙ୍କୁ କହୁଥିଲେ। ହେଲେ ଅନ୍ୟ ବିଦ୍ୟାଳୟକୁ ଟ୍ରାନ୍ସଫର କରିବାକୁ ମନା କରିବାରୁ ସଞ୍ଜୟ ସୋମବାର ସକାଳେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସଞ୍ଜୟଙ୍କ ମୃତ୍ୟୁ ଘଟିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Share