ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାଁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଆଣ୍ଟି କରୋପସନ୍ ବ୍ୟୁରୋ(ଏସିବି)ର ଟିମ୍ ବିଧାୟକ ଅମାନତୁଲ୍ଲାହଙ୍କ ଅନେକ ସ୍ଥାନରେ ଚଢ଼ାଉ କରିଛି। ଅମାନତୁଲ୍ଲାହଙ୍କ ବାସଭବନ ସମେତ ଜାମିଆ, ଓଖଲା ଓ ଗଫୁର ନଗର ଭଳି ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଏହି ସମୟରେ ଏସିବି ଟିମ୍ ବିଧାୟକଙ୍କୁ ପଚରାଉଚରା କରିବା ସହ ଅନେକ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଛି। କୁହାଯାଉଛି, ଏହି ଅସ୍ତ୍ର ଅମାନତୁଲ୍ଲାହଙ୍କ ବ୍ୟବସାୟିକ ସହଯୋଗୀ ହମିଦ ଅଲୀଙ୍କ ଘରୁ ମିଳିଛି। ଏଗୁଡ଼ିକର ଲାଇସେନ୍ସ ନାହିଁ। ଏଥିସହ ଚଢ଼ାଉରେ ୧୨ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ସୂଚନା ମୁତାବକ, ଓ୍ବାକଫ୍ ବୋର୍ଡ ସହିତ ଜଡ଼ିତ ମାମଲାରେ ଏହି ଚଢ଼ାଉ କରାଯାଇଛି।