‘ମହାତ୍ମା ବୁଦ୍ଧଙ୍କୁ ଶିକ୍ଷା ଭାବେ ଗ୍ରହଣ କର’

ବଇଣ୍ଡା,୧୮।୫(ଡି.ଏନ୍‌.ଏ.) – ‘ସମକାଳୀନ ଭାରତୀୟ ସମାଜରେ ଗୌତମ ବୁଦ୍ଧଙ୍କ ବାଣୀର ପ୍ରାସଙ୍ଗିକତା ରହିଛି। ତାଙ୍କୁ କେବଳ ଧର୍ମ ଭିତରେ ସୀମିତ ନ ରଖି ଶିକ୍ଷା ଭାବେ ଗ୍ରହଣ କରିପାରିଲେ ଜୀବନ ସାର୍ଥକ ହୋଇପାରିବ।’ କିଶୋରନଗର ବ୍ଲକ ଝାମ୍ପୁଲିସ୍ଥିତ ଏକ ଶିକ୍ଷାନୁଷ୍ଠାନ ପରିସରରେ ସ୍ବେଚ୍ଛାସେବୀ ସଙ୍ଗଠନ ‘କଳ୍ପତରୁ’ ଆନୁକୂଲ୍ୟରେ ସୋମବାର ଅନୁଷ୍ଠିତ ବୁଦ୍ଧ ଜୟନ୍ତୀ ଅବସରରେ ଉପସ୍ଥିତ ଅତିଥିମାନେ ସେମାନଙ୍କ ଅଭିଭାଷଣରେ ଏପରି ମତବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ସର୍ବେଶ୍ୱର ସାହୁ, ମୁଖ୍ୟବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସଂଗ୍ରାମ କେଶରୀ ପୃଷ୍ଟି, ସମ୍ମାନିତ ଅତିଥି ତଥା ‘କଳ୍ପତରୁ’ର ସମ୍ପାଦକ ସୁଧୀରଞ୍ଜନ ପ୍ରଧାନ, ଶିକ୍ଷାବିତ୍‌ ଦିବାକର ମାଝି, ଶିକ୍ଷକ ଅଶୋକ ସାହୁ, ସୁଦାମ ଚରଣ ପ୍ରଧାନ, ଭବସ୍ମିତା ଶାଶ୍ୱତୀ, ସାଇ ସିମରନ୍‌ ପ୍ରମୁଖ ଯୋଗଦେଇ ମହାତ୍ମା ବୁଦ୍ଧଙ୍କ ସ୍ମୃତିଚାରଣ କରିଥିଲେ। ଅନୁଷ୍ଠାନର ପରିଚାଳକ ଆଶିଷ କୁମାର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଆକାଶ ଦାସ ସଭା ପରିଚାଳନା କରିଥିଲେ। ଛାତ୍ର ଧବଳେଶ ପ୍ରସାଦ ଦାସ, ସୁଦାମ ଚରଣ ପ୍ରଧାନ ଭଜନ ପରିବେଷଣ କରିଥିଲେ।

Share