୩୧ ଯାଏ ଓଏଚ୍‌ଆର୍‌ସି କାର୍ଯ୍ୟାଳୟକୁ ପ୍ରବେଶ ମନା

ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତୋଷାଳୀ ଭବନସ୍ଥିତ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ ବନ୍ଦ ରହିବ। ଏହି ସମୟରେ ସର୍ବସାଧାରଣ, ପିଟିଶନର ଓ ପ୍ରତିପକ୍ଷଙ୍କୁ ଆସିବାକୁ ବାରଣ କରାଯାଇଛି। କେବଳ ଅନୁମତି ଦିଆଯାଇଥିବା କର୍ମଚାରୀଙ୍କଦ୍ୱାରା ଅଫିସ କାର୍ଯ୍ୟ ହେବ। ପଞ୍ଜୀକରଣ ପୂର୍ବପରି ଚାଲୁରହିବ। ଏହି ସମୟରେ କେବଳ ଜରୁରୀ ମାମଲାଗୁଡିକର ଶୁଣାଣି ହେବ। ଅଭିଯୋଗଗୁଡିକ ଓଏଚ୍‌ଆର୍‌ସି ଅଫିସିଆଲ ଇମେଲ (ohrc@nic.in) ରେ ଫାଇଲ କରିପାରିବେ। ଜରୁରୀ ଶୁଣାଣି ପାଇଁ ଓଏଚ୍‌ଆରସିର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କୁ ୮୭୬୩୬୪୨୦୮୦ରେ ଯୋଗାଯୋଗ କରିପାରିବେ। ଅତି ଜରୁରୀ ମାମଲାଗୁଡିକର ଶୁଣାଣି କମିଶନ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ଭର୍ଚୁଆଲ ମୋଡ୍‌ରେ କରାଯିବ ବୋଲି ସଚିବ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Share