ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ଭୁବନେଶ୍ୱର- ପୁରୀ ରାସ୍ତା ୨ଘଣ୍ଟା ବନ୍ଦ

ପୁରୁଣା ଭୁବନେଶ୍ୱର,୨୮/୩,(ଡି.ଏନ. ଏ.)- ୩୧୬ନଂ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ଦୟା ବ୍ରିଜ ଉପରେ ରବିବାର ରାତି ୧୦ପାଖାପାଖି କାର ଦୁର୍ଘଟଣାରେ ମନୋଜ କୁମାର ବେହେରା(୪୦)  ନାମକ ଜଣେ  ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ପ୍ରାୟ ୨ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ପୋଲିସ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ଘଟିଥିଲା।

Share