ସିଆର୍‌ପି ଓଭରବ୍ରିଜରେ ଦୁର୍ଘଟଣା, ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ସିଆର୍‌ପି ଛକ ଓଭରବ୍ରିଜ ଉପରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ମାଛ ଟ୍ରକ୍‌କୁ ରିଲାଏନ୍ସ କମ୍ପାନୀର ଏକ ଟ୍ରକ୍‌ ପଛପଟୁ ପିଟି ଦେଇଛି। ଫଳରେ ରିଲାଏନ୍ସ ଟ୍ରକର ଡ୍ରାଇଭର ଓ ଅନ୍ୟ ଜଣେ କମ୍ପାନୀର କର୍ମଚାରୀ ଗୁରୁତର ହୋଇଛନ୍ତି।
ଖବରପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ଗେଟ୍‌କୁ କାଟି ଫସି ରହିଥିବା ଡ୍ରାଇଭର ଏବଂ କର୍ମଚାରୀଙ୍କୁ ବାହାର କରିଥିଲେ। ଆନ୍ଧ୍ରପ୍ରଦେଶରୁ ଆସିଥିବା ମାଛ ଟ୍ରକଟି ଖଣ୍ଡଗିରିରୁ ସିଆର୍‌ପିଛକ ଅଭିମୁଖେ ଆସୁଥିବା ବେଳେ ହଠାତ ବ୍ରେକଡାଉନ ହୋଇଯିବାରୁ ଡ୍ରାଇଭର ଗାଡିଟିକୁ ଡାହାଣ ପାର୍ଶ୍ୱରେ ରଖିଦେଇଥିଲେ। ଏଭଳି ସ୍ଥିତିରେ ରିଲାଏନ୍ସ କମ୍ପାନୀର ଟ୍ରକ ଦ୍ରୁତ ଗତିରେ ଆସି ମାଛ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା।

Share