ବାର୍ଷିକ କ୍ରୀଡ଼ା ବେଳେ ଅଘଟଣ: ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଭାଙ୍ଗିଲା ଛାତ୍ରଙ୍କ ହାତ

ବାଲିଗୁଡ଼ା:୧୭।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଅଘଟଣ । ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଛାତ୍ରଙ୍କ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଘଟଣ ଘଟିଛି। ଆହତ ଛାତ୍ର ଜଣକ ସପ୍ତମ ଶ୍ରେଣୀର ଲିଙ୍କନ ନାୟକ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବାଲିଗୁଡ଼ା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଚାଲିଥିଲା । ଗତକାଲି ଅପରାହ୍ନରେ ଉଚ୍ଚ ଡିଆଁ ଖେଳ ଚାଲିଥିବା ବେଳେ ଛାତ୍ର ଜଣକ ଭୁଇଁରେ ପଡିଯିବାରୁ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ଛାତ୍ର ଲିଙ୍କନ ନାୟକଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସେପଟେ ପ୍ରଥମିକ ଚିକିତ୍ସା ପରେ ଡାକ୍ତର ଆହତ ଛାତ୍ରଙ୍କୁ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । ଆହତ ଛାତ୍ର ଜଣକ ବିଦ୍ୟାଳୟ ଛାତ୍ରାବାସରେ ରହି ପାଠ ପଢୁଥିଲେ । ତାଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦନେକବାଡ଼ି ପଞ୍ଚାୟତର ଜିର୍ଜାମାହା ଗ୍ରାମ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୩ଦିନ ଯାଏ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୧୦।୪: ଦୁର୍ବଳ ହେଉଛି ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ତଥାପି ଆସନ୍ତା ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା...

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକୋଲେଟ୍‌, ପାଣି ବୋତଲ

ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍‌ଫେଡ୍‌) ପ୍ରସ୍ତୁତ ଚକୋଲେଟ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ...

ବିନା ନୋଟିସ୍‌ରେ ଗରିବଙ୍କ ଦୋକାନ ଧୂଳିସାତ୍‌

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୌର ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହର ଉଠୁଛି ଓ ପଡୁଛି। କେତେବେଳେ ବିନା ନୋଟିସ୍‌ରେ ବୋଲଡୋଜର ଲଗାଇ ଗରିବଙ୍କ ଠେଲା...

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଓ୍ବକ୍‌ଫ ଆଇନ: ମମତା

କୋଲକାତା,୧୦ା୪: ଓ୍ବକ୍‌ଫ ସଂଶୋଧିତ ଆଇନକୁ ନେଇ ମୁସଲମାନ ସମ୍ପ୍ରଦାୟ ଚିନ୍ତିତ ଥିବାରୁ ପଶ୍ଚିମବଙ୍ଗରେ ଏହାକୁ ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ମମତା...

ଅବକାରୀ ବିଭାଗର ମହୁଲ ଜବତ ଘଟଣା: ଦୁଇ ସ୍ଥାନରୁ ୨ ହଜାର ୪୫ କେଜି ମହୁଲ ଜବତ

ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗ ଏବେ ଆକ୍ସନ ମୁଡ଼ରେ। ବିଭାଗ ବୁଧବାର ୨ଟି ସ୍ଥାନରେ ଚଢ଼ାଉ କରି...

ସତୀତ୍ୱର ବହ୍ନି

ରୋପରେ ଖ୍ରୀଷ୍ଟିଆନ ଧର୍ମଯାଜକ ସଇତାନଙ୍କୁ ପୂଜାକରୁଥିବା ଡାହାଣୀ ସନ୍ଦେହରେ ମହିଳାମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିଦେବା ପରିବର୍ତ୍ତେ ମୃତ୍ୟୁକୁ ପସନ୍ଦ କରୁଥିଲେ ଓ ଶହୀଦ...

ଡୋମିନିକାନ ରିପବ୍ଲିକ ନାଇଟ କ୍ଲବ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି, ପ୍ରସିଦ୍ଧ ଗାୟକ ଏବଂ ଦୁଇ ମେଜର୍‌ ଲିଗ ବେସ୍ବଲ ତାରକା ମୃତ

ନୂଆଦିଲ୍ଲୀ,୧୦।୪: ଡୋମିନିକାନ ରିପବ୍ଲିକର ରାଜଧାନୀ ସାନ୍ତୋ ଡୋମିଙ୍ଗୋରେ ଥିବା ଜେଟ ସେଟ ନାଇଟ କ୍ଲବରେ ଏକ ବିପର୍ଯ୍ୟୟ ଘଟିଛି। ମଙ୍ଗଳବାର ମଧ୍ୟରାତ୍ରି ପରେ ଏହି କ୍ଲବର...

ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ଫରେନ୍‌ସିକ୍‌ ସେବାରେ ୨୪୭, ପବ୍ଲିକ୍‌ ପ୍ରସିକ୍ୟୁଶନରେ ୨୬୭ ପଦ ସୃଷ୍ଟି

ଭୁବନେଶ୍ୱର,୯ା୪: ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଫରେନ୍‌ସିକ୍‌ ସାଇନ୍ସ ସର୍ଭିସ୍‌ରେ ୨୪୭ ପଦ ସୃଷ୍ଟି କରାଯାଇଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image