Categories: ଜାତୀୟ

ଆଉ ଏକ ସ୍ପାଇସଜେଟ ୱିଣ୍ଡସିଲ୍ଡରେ ଫାଟ, ମୁ୍‌ମ୍ବାଇରେ ହେଲା ପ୍ରାୟୋରିଟି ଲ୍ୟାଣ୍ଡିଂ

ମୁମ୍ବାଇ,୫ ।୭: ସ୍ପାଇସଜେଟର ଆଉ ଏକ ବିମାନରେ ୱିଣ୍ଡସିଲ୍ଡରେ ଫାଟ ସୃଷ୍ଟି ହେବାରୁ ବିମାନଟିକୁ ପ୍ରାୟୋରିଟି ବେସିସରେ ମୁମ୍ବାଇରେ ଲ୍ୟାଣ୍ଡ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟର ବିମାନ ଏସଜି ୩୩୨୪ରେ କ୍ରୁଜ ସମୟରେ ପି୨ ସାଇଡ ୱିଣ୍ଡସିଲ୍ଡର ବାହାର ଭାଗ ଭାଙ୍ଗି ଯାଇଥିଲା । ଏହାପରେ ବିମାନଟିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଥିଲା ।
ଏହାକୁ ନେଇ ସ୍ପାଇସଜେଟ ପ୍ରବକ୍ତା କହିଛନ୍ତି, ୫ ଜୁଲାଇ ୨୦୨୨ରେ ସ୍ପାଇସଜେଟ କ୍ୟୁ୪୦୦ ବିମାନ ଏସଜି ୩୩୨୪ (କାଣ୍ଡଲା-ମୁମ୍ବାଇ) ଉଡାଣ ଭରିସାରିଥିଲା । ଏହି ସମୟରେ ଏଫଏଲ୨୩୦ର ପି୨ ସାଇଡ ୱିଣ୍ଡସିଲ୍ଡ ଆଉଟର ପେନ୍‌ରେ ଫାଟ ଦେଖାଦେଇଥିଲା । ହେଲେ ଏହା ଜଣାପଡିବା ପରେ ବିମାନଟିକୁ ସୁରକ୍ଷିତ ଭାବେ ମୁମ୍ବାଇରେ ଲ୍ୟାଣ୍ଡ କରାଯାଇଛି ।
ସୂଚନାଯୋଗ୍ୟ, ଫ୍ଲୁ ଇଣ୍ଡିକେଟରରେ ତ୍ରୁଟି ଯୋଗୁ ହିଁ ଦିଲ୍ଲୀରୁ ଦୁବଇ ଯାଉଥିବା ସ୍ପାଇସଜେଟ ଜେଟ ଏସଜି-୧୧ ବିମାନଟିକୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡ କରାଯାଇଥିଲା । ସୂଚନା ମୁତାବକ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟିକୁ କରାଚିରେ ଜରୁରୀକାଳିନ ଅବତରଣ କରାଯାଇଥିଲା । ପରେ କିନ୍ତୁ ସ୍ପାଇସଜେଟର ପ୍ରବକ୍ତା କହିଥିଲେ ବିମାନଟି ସାମାନ୍ୟ ଲାଣ୍ଡଂ କରିଛି ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

Share