ଟ୍ରକ୍‌କୁ ପିଟିଲା କାର୍‌; କଟର୍‌ରେ ଗାଡ଼ିକୁ କାଟି ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ

ବାରିପଦା ଅଫିସ,୨୪।୪- ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ପଛରେ କାର ପିଟି ହେବାରୁ କାର ଚାଳକ ତଥା ମହିଳା ଓ ପ୍ରସୂତୀ ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ସେ ଗାଡି ମଧ୍ୟରେ ଫସି ରହିଥିଲେ। କଟର ସହାୟତାରେ କାରକୁ କାଟି ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଜଣଙ୍କ ବାଲେଶ୍ବରରୁ ବାରିପଦା ଫେରୁଥିବା ବେଳେ ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚା ମିଳିଛି।

Share