Categories: ଜାତୀୟ

ନାଳକୁ ଖସିଲା ଗାଡ଼ି: ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ବେଙ୍ଗାଲୁରୁ,୨୬।୬: କର୍ନାଟକର ବେଲାଗଭି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରମିକଙ୍କ ନେଇ ଯାଉଥିବା ଗାଡି ନାଳରେ ଖସିପଡିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି।
ଏହି ଦୁର୍ଘଟଣାରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ପୋଲିସ କହିଛି। ଏହି ଶ୍ରମିକମାନଙ୍କୁ ଏକ ମାଲ ପରିବହନ ଗାଡିରେ ନିଆଯାଉଥିଲା। ଏହି ଶ୍ରମିକମାନେ ଗୋକକ ତାଲୁକା ଅନ୍ତର୍ଗତ ଅକ୍ଟାଙ୍ଗିୟାରା ହଲା ଗାଁର ବାସିନ୍ଦା। ଏମାନେ ବେଲାଗାଭି ଅଭିମୁଖେ ଯାଉଥିଲେ।
ସୂଚନା ମୁତାବକ, ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ନାଳରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ଆଠ ଜଣ ଆହତ ହୋଇଛନ୍ତି ଏବଂ ଜଣେ ଶ୍ରମିକଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା।

Share