ବାହୁଡ଼ାରେ ଅଘଟଣ:ପୋଲ ତଳକୁ ଖସିଲା ପିକଅପ, ଚାଳକ ମୃତ,୮ଗୁରୁତର

ଭବାନୀପାଟଣା,୨୮।୬(ଉତ୍ତମ କୁମାର ଦାଶ): ବାହୁଡ଼ାରେ ଅଘଟଣ। କଳାହାଣ୍ଡି ଜିିଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଣସ ବୋଝେଇ ଆସୁଥିବା ଏକ ପିକ୍‌ଅପ ଭ୍ୟାନ ପୋଲତଳକୁ ଖସି ପଡିବାରୁ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କନାମ ଜାଲ ସିଂହ ଗୌଡ଼ ଓ ସେ ନବରଙ୍ଗପୁର ଜିଲା କଣ୍ଟାଗାଁର ବୋଲି ଜଣାପଡିଛି। ସେହିପରି ପିକ୍‌ଅପରେ ବସିଥିବା ଅନ୍ୟ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅନେକ ମହିଳା ରହିଥିବା ଜଣାପଡିଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ନବରଙ୍ଗପୁର ଜିଲା ପାତ୍ରପୁଟ ଗାଁରୁ ପଣସ ବୋଝେଇ ଏହି ପିକଅପଟି ଜୟପାଟଣା ବ୍ଲକ ଧନସୁଲି ସାପ୍ତାହିକ ବଜାରକୁ ଆସୁଥିବାବେଳେ ବାଟରେ ଏହି ଅଘଟଣ ଘଟିଛି।

Share