ଟ୍ରକ୍‌-କାର  ମୁହାଁମୁହିଁ: ଆଖି ବୁଜିଦେଲେ ୪ ସାଙ୍ଗ, ଜଣେ ଗୁରୁତର

ତିଗିରିଆ,୧୮।୯(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ନୂଆସଡ଼କ ଛକରେ ସୋମବାର ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି। ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
୫ ଜଣ ସାଙ୍ଗ ବୁଲିବାକୁ  ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ସମସ୍ତେ କାର ଭିତରେ ଚାପି ହୋଇ ରହିଥିଲା  ତିଗିରିଆ ଅଗ୍ନିଶମ ବିଭାଗ ସହ ତିଗିରିଆ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତୁଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।