
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ଗାୟତ୍ରୀ ପ୍ରଜ୍ଞା ଶିଶୁମନ୍ଦିର ନିକଟରେ ସୋମବାର ଜଣେ ଦଣ୍ଡୁଆ ବାଇକ ଦୁର୍ଘଟଣାରେ ଆହାତ ହୋଇଛନ୍ତି। ଆହାତ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଜୟନଗର ଗ୍ରାମ ଦଣ୍ଡନାଚର ମାନସିକଧାରୀ ଦଣ୍ଡୁଆ କାଳିଆ ଜେନା। ତାଙ୍କ ଡ଼ାହାଣ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଏକ ଘରୋଇ କ୍ଲିନକରେ ପ୍ରାଥମିକ ଚିକିତ୍ସା କରିବା ପରେ ଗଣିଆନାଳ ନିକଟସ୍ଥ ଡଙ୍କାରୀ ଗ୍ରାମର ଆୟୁର୍ବେଦ ଚିକତ୍ସା କରୁଥିବା ଜଣେ ବୈଦ୍ୟ ଦଣ୍ଡୁଆଙ୍କୁ ପରବର୍ତ୍ତୀ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି। ସୋମବାର ସକାଳ ପ୍ରାୟ ୮ଟା ରେ ଅନେକ ମାନସିକ ଧାରୀ ଦଣ୍ଡୁଆ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମକୁ ଦଣ୍ଡ ନାଚ ପରିବେଷଣ କରିବା ପାଇଁ ଯାଉଥିବା ସମୟରେ ଜଣେ ବାଇକ ଚାଳକ ଦଣ୍ଡୁଆଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିବା ଜଣାପଡ଼ିଛି।