ପୋଲ ତଳକୁ ଖସିଲା କାର: ଜଣେ ମୃତ, ୬ ଗୁରୁତର

ଗଜପତି,୧୪।୩(ଡିଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ଅଧୀନ ଖାରିଗୁଡ଼ାଠାରେ ସୋମବାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରର ୭ ଜଣଙ୍କୁ ଧରି ଯାଉଥିବା ଏକ କାର ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡ଼ିଛି। ଏଥିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଛନ୍ତି। କାର୍‌ଟି କୋଲକାତାରୁ ଟିକିରି ଅଭିମୁଖେ ଆସୁଥିଲା ବୋଲି ଜଣାପଡ଼ିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।