Categories: Uncategorized

ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା : ଘାଟି ତଳକୁ ଖସିଲା ଟ୍ରକ୍‌ ବସ୍‌

ଠାକୁରମୁଣ୍ଡା,୧୧।୦୭(ତାରାକାନ୍ତ ପଟ୍ଟନାୟକ): ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଗୋଡ଼ଭଙ୍ଗା ଘାଟିରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ପଛପଟୁ ଗୋଟିଏ ମାଲବାହୀ ଟ୍ରକ୍‌ ଧକ୍କା ଦେବାରୁ ବସ୍‌ ଓ ଟ୍ରକ ଉଭୟ ଘାଟି ତଳକୁ ଖସିପଡଛନ୍ତି। ଦୁର୍ଘଟଣାରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍‌ରେ ଯାତ୍ରା କରୁଥିବା ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ଖବରପାଇ ଠାକୁରମୁଣ୍ଡା ଓ ଆନନ୍ଦପୁର ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି।