Categories: ଜାତୀୟ

ବିବାହ ସମାରୋହରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା ଗାଡି, ୨ ଶିଶୁଙ୍କ ସମେତ ୫ ମୃତ

ରାଞ୍ଚି,୧୮।୧୧: ଝାଡଖଣ୍ଡର ଗିରିଡିହ ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ବିବାହ ଶୋଭାଯାତ୍ରାରୁ ଫେରୁଥିବା ବେଳେ ଏସୟୁଭି ଦ୍ରୁତ ଗତିରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଏହି କାରଣରୁ ଗାଡିରେ ଯାଉଥିବା ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ୫ ଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ଭୋର ପ୍ରାୟ ୩ଟା ସମୟରେ ମୁଫାସିଲ ପୋଲିସ ଷ୍ଟେଶନ ଅଞ୍ଚଳର ବାଘମାରା ଠାରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି।

Share