ଧକ୍କା ଦେଲା ସରକାରୀ ଗାଡ଼ି: ୫ ଗୁରୁତର

ଭବାନୀପାଟଣା,୧୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆଠାରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଜଳ ସମ୍ପଦ ବିଭାଗର ଏକ ସରକାରୀ ଗାଡ଼ି ବାଇକ୍‌ରେ ଯାଉଥିବା ଲୋକଙ୍କୁ ପଛକୁ ପଛ ଧକ୍କା ଦେଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଜୁନାଗଡ଼ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ୫ ଜଣଙ୍କ ମଧ୍ୟରୁ ୪ଜଣଙ୍କ ଗୋଡ଼ ଭାଙ୍ଗି ଯାଇ ଥିବାବେଳେ ମୁଣ୍ଡରେ ଆଘାତ ଲାଗିଛି। ଏଥିରେ ଜଣେ ୭ ବର୍ଷର କୁନି ଝିଅ ମଧ୍ୟ ରହିଛନ୍ତି।
ରାସ୍ତାରେ ବାଇକ୍‌ରେ ଯାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ସରକାରୀ ଗାଡିଟି ସେମାନଙ୍କୁ ଧକ୍କା ଦେଇଥିଲା। ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଗାଡିଟିକୁ ଜୁନାଗଡ଼ ପୋଲିସ ଥାନାରେ ଅଟକ ରଖିଛି।

Share