Categories: ଜାତୀୟ

କେଦାରନାଥରେ ଅଘଟଣ: ହେଲିକପ୍ଟର ପଙ୍ଖାରେ ଅଧିକାରୀଙ୍କ ଗଳା କଟିଲା…

ଡେରାଡୁନ,୨୩।୪ : ଉତ୍ତରାଖଣ୍ଡ ଚାର୍‌ ଧାମ ଯାତ୍ରାର ଦ୍ୱିତୀୟ ଦିନରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା କେଦାରନାଥ ହେଲିପ୍ୟାଡରେ ଘଟିଛି। କେଦାରନାଥ ହେଲିପ୍ୟାଡରେ ହେଲିକପ୍ଟରରୁ ଅବତରଣ କରିବା ମାତ୍ରେ ଉତ୍ତରାଖଣ୍ଡର ଜଣେ ଅଧିକାରୀଙ୍କ ଗଳା ହେଲିକପ୍ଟରର ପଙ୍ଖା ବ୍ଲେଡରେ କଟି ଯାଇଥିଲା। ଅଧିକାରୀଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣାରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ଏଜେନ୍ସି ଅର୍ଥ ନିୟନ୍ତ୍ରକ ଅମିତ ସାଇନିଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ସାଇନିଙ୍କ ଗଳା ଚପରର ପଛ ପଟ ପଙ୍ଖା ବେଲ୍ଡରେ କଟି ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି। ସେ ସେଲଫି ନେବାବେଳେ ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଥିବା କୁହାଯାଉଛି। କିନ୍ତୁ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
ସୂଚନାଯୋଗ୍ୟ, କେଦାରନାଥ ଧାମର ଦ୍ୱାର ୨୫ ଏପ୍ରିଲରେ ଖୋଲା ଯିବ।

Share