ପାଟଣା,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କୋଲକାତା ଜାତୀୟ ରାଜପଥର ହାତିବାରୀ ନିକଟରେ ବୁଧବାର ଅଜଣା ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଥାନା ଯାମଦା ଗ୍ରାମର ସନ୍ତୋଷ ନାଏକ।
ସୂଚନାଯୋଗ୍ୟ, ସନ୍ତୋଷ ତୁରୁମୁଙ୍ଗାର ହାତୀବାରୀଠାରେ ଥିବା ଏକ ଢାବାରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ସକାଳୁ ଶୌଚ ହେବାକୁ ଯାଉଥିବା ସମୟରେ ଏକ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ୍ଟି ଫେରାର ହୋଇଯାଇଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଛି।