Advertisement

ମନ୍ଦିର ଯିବା ବେଳେ ଦୁର୍ଘଟଣା: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ, ଝିଅ ଗୁରୁତର

କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଝୁମ୍ପୁରା ଥାନା ଅନ୍ତର୍ଗତ ଘଣ୍ଟିପଶି ଗ୍ରାମ ମୁଣ୍ଡାସାହି ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଡାଲା ଅଟୋ ଓ ବାଇକ୍‌ ଧକ୍କା ହେବା ଫଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ-ଝିଅ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ଜଗନ୍ନାଥ ପଲେଇ (୪୫) ଓ ଘର ନିଶ୍ଚିନ୍ତପୁର ଗ୍ରାମରେ ବୋଲି ଜଣାପଡ଼ିଛି। ବୁଧବାର ଜଗନ୍ନାଥ ଏକ ବାଇକ୍‌ରେ ସ୍ତ୍ରୀ ଏବଂ ଝିଅକୁ ବସାଇ କାଳିକା ପ୍ରସାଦସ୍ଥିତ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ। ରାସ୍ତାରେ ବାଉଁଶ ବୋଝେଇ ଏକ ଅଟୋ (ଓଆର ୦୯ କେ/୨୫୧୬) ସହିତ ମୁହାଁମୁହିଁ ଧକ୍କା ହେବାରୁ ସେମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି। ଥାନାଧିକାରୀ ବରେନ୍ଦ୍ର ସିଆଳ କହିଛନ୍ତି,ଦୁର୍ଘଟଣା ଘଟାଇଥିବା ଅଟୋ ଜବତ ହୋଇଛି। ଏନେଇ କେସ୍‌ ନମ୍ବର ୧୩୧/୨୨ରେ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share