ଟ୍ରକ୍‌କୁ ଧକ୍କା ଦେଇ ବାଇକ୍‌ ଆରୋହୀ ମୃତ

ମାଲକାନଗିରି,୨୧ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତୁମୁକିମାଡକା ଗ୍ରାମ ନିକଟରେ ଜଣେ ବାଇକ୍‌ ଆରୋହୀ ଏକ ଟ୍ରକ୍‌ ପଛକୁ ଧକ୍କା ଦେଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ରବିବାର ରାତିରେ କେନାଲ କାମରେ ନିୟୋଜିତ ଏକ ଟ୍ରକ୍‌ କାମ ସାରି ତୁମୁକିମାଡକା ନିକଟରେ ଡ୍ରାଇଭର ଓହ୍ଲାଇ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ବେଜାଙ୍ଗିବାଡାରୁ ଏମ୍‌.ଭି.-୬୬ ଗ୍ରାମ ଅଭିମୁଖେ ଯାଉଥିବା ଜଣେ ଯୁବକ ବାଇକ୍‌ରେ ଦ୍ରୁତଗତିରେ ଆସୁଥିଲେ। ସେ ଭାରସାମ୍ୟ ହରାଇ ଟ୍ରକ୍‌ ପଛରେ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସମ୍ପୃକ୍ତ ଯୁବକ ଜଣକ ମାରିଓ୍ବାଡା ପଞ୍ଚାୟତ ଏମ୍‌.ଭି.-୨୮ ଗ୍ରାମର ଦିପନ ସିକଦାର ବୋଲି ଜଣାପଡିଛି। ଖବରପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପରେ କାଲିମେଳା ପୋଲିସପହଞ୍ଚି  ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।