Categories: ଜାତୀୟ

ତାଞ୍ଜାଭୁର ମନ୍ଦିରରେ ବଡ଼ ଅଘଟଣ: ୩ଶିଶୁ ସମେତ ୧୧ଜଣଙ୍କ ମୃତ୍ୟୁ, ଅନେକ ଆହତ

ଚେନ୍ନାଇ,୨୭।୪: ତାମିଲନାଡୁରେ ଏକ ବଡ଼ ଅଘଟଣ ଘଟିଛି। ମନ୍ଦିରରେ ଶୋଭାଯାତ୍ରା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୧୧ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ବୁଧବାର ସକାଳେ ତାଞ୍ଜାଭୁର ଜିଲାର କାଲିମେଡୁ ନିକଟସ୍ଥ ଅପ୍ପର ମନ୍ଦିରରେ ୯୪ତମ ଗୁରୁପୂଜା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ସାମିଲ ହେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାସ୍ତାରେ ପାରମ୍ପାରିକ ରଥ ଯାତ୍ରାର ଶୋଭାଯାତ୍ରା ବାହାରିବା ସମୟରେ ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଏକ କାର ଆସିବାରୁ ଏହି ଦୁର୍ଘଟଣା ଘଟିଥିଲା। ଦେଖୁଁ ଦେଖୁଁ ଏହି ତାର ସଂସ୍ପର୍ଶରେ ଅନେକ ଲୋକ ଆସିଯାଇଥିବା ବେଳେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ୩ଜଣ ଶିଶୁ ରହିଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଅନେକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଆହତ ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

Share