କାଶିଆ ପୋଲ ନିକଟରେ ଦୁର୍ଘଟଣା: ହଠାତ୍‌ ଗୋରୁଙ୍କୁ ଧକ୍କା ଦେଲା କୁକୁଡ଼ା ଦାନା ବୋଝେଇ ପିକ୍‌ଅପ୍‌

ପାଟଣା,୨୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କି କୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥ କାଶିଆ ପୋଲ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଏକ କୁକୁଡ଼ା ଦାନା ବୋଝେଇ ପିକ୍‌ଅପ୍‌ ଧକ୍କାରେ ୨ଗୋରୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।
ସୂଚନାମୁତାବକ, ଓଡି ୩୨ସି ୮୮୯୫ ନଂ ବିଶିଷ୍ଟ ପିକ୍‌ଅପ୍‌ ଭ୍ୟାନ ପାଟଣା ପଟୁ ଢେଙ୍କିକୋଟ ଅଭିମୁଖେ ଯାଉଥିବା ବେଳେ କାଶିଆ ପୋଲ ନିକଟରେ ୩ଗୋରୁଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଗୋରୁ ଗୁରୁତର ହୋଇଛି।

Share