ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ପୁଣି ଥରେ ସେମି ହାଇ ସ୍ପିଡ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ବଲସାଡର ଅତୁଲ ରେଲଓ୍ବେ ଷ୍ଟେସନ ନିକଟରେ ଏକ ଗାଇ ଟ୍ରେନ୍ ସମ୍ମୁଖରେ ଆସିଯିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଇ ସହ ଧକ୍କା ହେବାରୁ ବନ୍ଦେ ଭାରତ ଏକ୍ସପ୍ରେସ୍ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଯାଇଛି। ଏଥିସହ ଗୋଟିଏ ବଗି ଅଲଗା ହେବା ସହ ଜଳଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ। ଦୁର୍ଘଟଣା ପରେ ଟ୍ରେନ୍ ୩୦ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲା। ଅନ୍ୟପଟେ ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୂଖେ ଯାତ୍ରା କରିଥିଲା।