କୋକସରା,୨୮ା୩(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା-କୋକସରା ରାସ୍ତାରେ ସୋମବାର ୩ଜଣ ଛାତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଛନ୍ତି। ଫଳରେ ଜଣେ ଛାତ୍ରଙ୍କ ଗୋଡ ଭାଙ୍ଗି ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ସୋମବାର ଥିଲା ରୁପାଲିଙ୍କ ଜନ୍ମ ଦିନ। ଏନେଇ ରୁପାଲୀ ଏବଂ ସାଙ୍ଗ ତୁଳସୀ ନାଏକ ଓ ଲିପ୍ସା ନାଗ ଏକ ସ୍କୁଟିରେ ଜନ୍ମଦିନ ପାଳନ କରିବାକୁ ମାଝିଗୁଡ଼ା ଯାଉଥିଲେ। ସେତିକିବେଳେ କୋକସରା ଶିବମନ୍ଦିର ପାଖରେ ସ୍କୁଟିଟି ଭାରସାମ୍ୟ ହରାଇ ବୃଦ୍ଧ ଧନସାଇ ଚଣ୍ଡୀ(୬୫)ଙ୍କୁ ଧକ୍କା ଦେଇଥିଲା। ଫଳରେ ଧନସାଇ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଛାତ୍ରୀ ରୁପାଲୀଙ୍କ ଗୋ ଭାଙ୍ଗି ଯାଇଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।