ଶୁଟିଂ ସାରି ଫେରୁଥିବାବେଳେ ଅଘଟଣ: ଟ୍ରକ୍‌କୁ ପିଟିଲା କାର୍‌, ଜଣେ ମୃତ

କଟକ,୧୯।୬(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ତ୍ରିଶୁଳିଆ କାଜିପାଟଣା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍‌କୁ ପିଟିଦେଇଛି କାର୍‌। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ସିରିଏଲ ଶୁଟିଂ ସାରି କାରରେ କିଛି କଳାକାର ଘରକୁ ଫେରୁଥିଲେ। ଏହି ସମୟରେ ଉପରେ ବୀପରିତ ଦିଗରୁ ଆସୁଥିବା ଟ୍ରକ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା।