ରେଫର ନ କରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରକୁ ପଠାଇଲେ, ମୃତ୍ୟୁ ପରେ ଉତ୍ତେଜନା

ନୟାଗଡ଼,୬ା୧୦(ଲୋକନାଥ ମିଶ୍ର): ରେଫର ନ କରି ଜଣେ ଦୁର୍ଘଟଣା ରୋଗୀଙ୍କୁ ଡାକ୍ତର ଘରକୁ ପଠାଇଦେଲେ। ତେବେ ଉକ୍ତ ରୋଗୀଙ୍କ ମୃତ୍ୟୁ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ସାଗେରି ମହାପାତ୍ର (୫୫)।  ନୟାଗଡ଼ ଜିଲା ଶରଣକୁଳ ଥାନା ଗୋତିସାହିରେ ତାଙ୍କ ଘର। ସାଗେରି ଶୁକ୍ରବାର ଭୋର୍‌ ସମୟରେ ଫୁଲ ତୋଳିବାକୁ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ସେ ପଡ଼ିଯାଇଥିଲେ। ସାଗେରିଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାିଯାଇଥିଲା। ଡାକ୍ତର ଗୁରୁତର ରୋଗୀଙ୍କୁ ଅକ୍ସିଜେନ ନ ଦେଇ ରେଫର ନ କରି ଘରକୁ ପଠାଇ ଦେଇଥିଲେ। ପରେ ସାଗେରିଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁ ସାଗେରି ପ୍ରାଣ ହରାଇଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣି ଡାକ୍ତରଖାନା ପରିସରରେ ହୋ-ହଲ୍ଲା କରିଛନ୍ତି।

Share