ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଗଜପତି ଜିଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଓଜେଇ ପରୀକ୍ଷା ଦେବା ଲାଗି ଏକ ବସ୍ରେ ଯାଉଥିବା ସମୟରେ ବସଟି ଗଞ୍ଜାମ ଜିଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ଓଡ଼ିଶା ଓଜେଇରୁ ବଞ୍ଚିତଥିବା ପରୀକ୍ଷର୍ଥୀ ବର୍ତ୍ତମାନ ପରୀକ୍ଷା ଦେଇପାରିବେ। ଏ ନେଇ ଗଜପତି ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ ବୋଲି ସେ କହିଛନ୍ତି। ଏହି ଛାତ୍ରୀଛାତ୍ର ଜିଲାର ନୋଡାଲ ଅଫିସରଙ୍କ ମୋବାଇଲ ନମ୍ବର ୮୭୬୩୬୮୭୮୪୮ରେ କଲ କରି ପରୀକ୍ଷା ଦେବାକୁ ଜିଲାପାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୧୫ ତାରିଖରେ ଓଜେଇ ପରୀକ୍ଷା ହୋଇଥିଲା। ଗଜପତି ଜିଲାରୁ ଛାତ୍ରୀଛାତ୍ରଙ୍କୁ ନେଇ ପରୀକ୍ଷା ଦେବାକୁ ଆସୁଥିବା ଉକ୍ତ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ଏହି ଛାତ୍ରୀଛାତ୍ର ପରୀକ୍ଷା ଦେଇପାରି ନ ଥିଲେ।