ଅସାବଧାନତା ଯୋଗୁ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରି ଦେଇଛନ୍ତି କି? ଜାଣନ୍ତୁ କିପରି ଫେରି ପାଇବେ

ନୂଆଦିଲ୍ଲୀ,୨୪।୭: ଆଜିକାଲି ବ୍ୟାଙ୍କ ନଚେତ ଏଟିଏମ୍‌ରେ ଟଙ୍କା ନେଣଦେଣ ସାଧାରଣ କଥା ପାଲଟିଲାଣି। ହେଲେ ବେଳେବେଳେ ଆମେ ଭୁଲବଶତଃ ନିଜ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ କରିଦେଇଥାଉ। ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଟ୍ରାଞ୍ଜାକ୍ସନରେ ଏଭଳି ଅସୁବିଧା ଦେଖିବାକୁ ମିଳିଥାଏ। ଲୋକମାନେ ପଇସା ପଠାଇବାର କିଛି ସମୟ ପରେ ତାହା ଜାଣି ପାରନ୍ତି। ଏଭଳି ସ୍ଥିତିରେ କ’ଣ କରିବେ/ନ କରିବେ ଅନେକେ ଜାଣି ନ ଥାନ୍ତି। ସେହି ବିଷୟରେ ଜାଣି ରଖନ୍ତୁ।

ଆପଣଙ୍କ ସହ ଏଭଳି କିଛି ଘଟିଲେ ପ୍ରଥମେ ନିକଟସ୍ଥ ବ୍ୟାଙ୍କର ବ୍ରାଞ୍ଚରେ ଯାଇ ଏହାର ସୂଚନା ଦିଅନ୍ତୁ। ଫଳରେ ବ୍ୟାଙ୍କ ଆପଣଙ୍କର ନେଣଦେଣକୁ ଯାଞ୍ଚ କରିବ। ଭୁଲ ବସତଃ ଟଙ୍କା ପଠାଇଥିବା ଉକ୍ତ ଆକାଉଣ୍ଟ ନମ୍ବର ବିଷୟରେ ଆପଣଙ୍କୁ ପ୍ରଶ୍ନ କରିବ। ଏହାପରେ ବ୍ୟାଙ୍କ ପକ୍ଷରୁ ଟଙ୍କା ପାଇଥିବା ଉକ୍ତ ବ୍ୟକ୍ତିଙ୍କ ସହ ସମ୍ପର୍କ କରାଯିବ। ଏହାପରେ ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଡିପୋଜିଟ୍‌ ହୋଇଥିବା ଟଙ୍କା କାଟି ଦିଆଯିବ। ପରେ ଆପଣଙ୍କ ଖାତା ସମାନ ବ୍ୟାଙ୍କର ଥାଏ ତେବେ ଶୀଘ୍ର ଆପଣଙ୍କୁ ଟଙ୍କା ଫେରସ୍ତ ମିଳିଯିବ। ନଚେତ ଯଦି ଦୁଇଟି ବ୍ୟାଙ୍କ ଭିନ୍ନ ଭିନ୍ନ ଥାଏ ତେବେ ଅନ୍ୟ ବ୍ୟାଙ୍କରୁ ଟଙ୍କା ମିଳିବାକୁ ସମୟ ଲାଗିବ।
ହେଲେ କିଛି ବ୍ୟକ୍ତି ଟଙ୍କା ଫେରସ୍ଥ ପାଇଁ ଅମଙ୍ଗ ହୁଅନ୍ତି। ଏପରିସ୍ଥଳେ ଗ୍ରାହକ କୋର୍ଟରେ ମାମଲା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ବେଟିଂ ଆପ୍ ପ୍ରମୋସନ କରୁଛନ୍ତି ଭାରତୀୟ ସେଲିବ୍ରେଟି

ନୂଆଦିଲ୍ଲୀ,୧୮ା୧୨: ଭାରତରେ ଚାଲିଛି ପାକିସ୍ତାନୀ ବେଟିଂ ଆପ୍ ମାଲିକଙ୍କ ରାଜୁତି। ଟଙ୍କା ଦେଇ ଭାରତୀୟ ସେଲିବ୍ରେଟିଙ୍କୁ ବନାଇଛନ୍ତି ମୋହରା। ସାମାଜିକ ଗଣାମଧ୍ୟରେ ଚାଲିଛି ଜୋରଦାର ପ୍ରଚାର।...

ନଡ଼ିଆ ତେଲ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଉପକୃତ ହେବେ ସାଧାରଣ ଲୋକ

ନୂଆଦିଲ୍ଲୀ,୧୮ା୧୨: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ନଡ଼ିଆ ତେଲକୁ ମହଙ୍ଗା ହେବାରୁ ଅଟକାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ସଞ୍ଜୟ କୁମାର ଏବଂ...

‘ରିଓନ୍‌’ର ନେଟ୍‌ୱର୍କ ସମ୍ପ୍ରସାରଣ

ନୂଆଦିଲ୍ଲୀ,୧୮।୧୨: ରୟାଲ ଏନ୍‌ଫିଲ୍ଡ (ଆର୍‌ଇ)ର ପ୍ରି-ଓନ୍‌ଡ ମୋଟରସାଇକେଲ ବ୍ୟବସାୟ ‘ରିଓନ୍‌’ର ନେଟ୍‌ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ୨୩୬ ସହରର ଗ୍ରାହକ ଓ...

ଜୟଆଲୁକ୍କାସ୍‌ର ଏନ୍‌ଆର୍‌ଆଇ ସୁନା ଫେଷ୍ଟ

ଭୁବନେଶ୍ୱର,୧୮।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ ଜୁଏଲର୍ସର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏନ୍‌ଆର୍‌ଆଇ ସୁନା ଫେଷ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ନିବେଶକ ହରାଇଲେ ୨ ଲକ୍ଷ କୋଟି

ମୁମ୍ବାଇ,୧୮।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାର୍କେଟ କାରବାର ଉପରେ ପଡୁଛି। ଏପରିକି କ୍ରମାଗତ ଭାବେ ଘରୋଇ ଶେୟାର...

ଟ୍ରେଣ୍ଡ୍‌ସର ଏଣ୍ଡ ଅଫ୍‌ ଦି ସିଜନ ସେଲ୍‌

ମୁମ୍ବାଇ,୧୭।୧୨ (ଅଭୟ ଦାଶ): ରିଲାଏନ୍ସ ଗ୍ରୁପର ପ୍ରମୁଖ ସଂସ୍ଥା ତଥା ରିଲାଏନ୍ସ ରିଟେଲର ଅଗ୍ରଣୀ କମ୍ପାନୀ ରିଲାଏନ୍ସ ଟ୍ରେଣ୍ଡସର ବହୁ ପ୍ରତୀକ୍ଷିତ ‘ଏଣ୍ଡ ଅଫ୍‌ ଦି...

ମୋବାଇଲ ରପ୍ତାନିରେ ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୧୭ା୧୨(ଅନୁରାଧା ମହାରଣା): ଭାରତରୁ ସ୍ମାର୍ଟଫୋନ ରପ୍ତାନି ଗୋଟିଏ ମାସରେ ପ୍ରଥମ ଥର ପାଇଁ ୨୦,୦୦୦ କୋଟି ଟଙ୍କା ଅତିକ୍ରମ କରି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। କମ୍ପାନୀଗୁଡିକ...

ଟିକସ ଆଦାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୬।୧୨ (ଅଭୟ ଦାଶ): ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ନୂଆ ନିୟମ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଫଳରେ ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri