Categories: ଜାତୀୟ

ନୂଆବର୍ଷ ପୂର୍ବରୁ ଦୁର୍ଘଟଣା, ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ିଲା, ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା…

ମୋହାଲି,୩୧।୧୨ : ନୂଆବର୍ଷ ପୂର୍ବରୁ ପଞ୍ଜାବର ମୋହାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଏହାଯୋଗୁ ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା ପ୍ରକାଶ ପାଇଛି। ଖରଡ଼ର ସେକ୍ଟର ୧୨୬ରେ ଏହି ଦୁର୍ଘଟଣା ଘଟିଛି।

ଭଙ୍ଗା ଛାତ ତଳେ ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବାର ଉଦ୍ୟମ ଜାରି ରହିଛି। ଭଙ୍ଗା ଛାତ ତଳେ କେତେ ଲୋକ ଦବି ରହିଛନ୍ତି ତାହା ଜଣାପଡ଼ି ନାହିଁ। ଜେସିବି ମେସିନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିର୍ତ୍ତିରେ ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share