ପ୍ରବଳ ବର୍ଷାରେ ଭୁବନେଶ୍ବରରେ ଅଘଟଣ: ମୁକୁଳା ଡ୍ରେନ୍‌ରେ ଭାସିଗଲେ ନାବାଳକ

ଭୁବନେଶ୍ୱର,୧୮।୬: ପ୍ରବଳ ବର୍ଷାରେ ଭୁବନେଶ୍ବରରେ ଅଘଟଣ । ୟୁନିଟ ୩ ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନ୍‌ରେ ୮ ବର୍ଷର ନାବାଳକ ଭାସିଯାଇଥିବା ସୂଚନା ମିଳିଛି । ତେବେ ଭାସିଯାଇଥିବା ନାବାଳକକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

ଭୁବନେଶ୍ୱରରେ ଖରା ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରାଜଧାନୀର ଆଚାର୍ଯ୍ୟ ବିହାର, ନାଲକୋ, ପଟିଆ, ଚନ୍ଦ୍ରଶେଖରପୁର, କଳାରାହାଙ୍ଗ, ଲକ୍ଷ୍ମୀସାଗର, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।

Share