ରୋଡ୍‌ ରୋମିଓଙ୍କ ବେପରୁଆ ଗାଡ଼ିଚାଳନା: ବଢୁଛି ଦୁର୍ଘଟଣା, ସାବାଡ୍‌ ପାଇଁ ନିଆଯିବ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସୁଛନ୍ତି। ତେବେ କଫି ବଗିଚା ନିକଟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଥିବା ବେଳେ ସେହି ରାସ୍ତାରେ ଦୈନିକ ଶହଶହ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ହେଲେ ପୂର୍ତ୍ତବିଭାଗର ଉକ୍ତ ରାସ୍ତାରେ ଟ୍ରାଫିକ୍‌ ବୃଦ୍ଧି ପାଉଥିବା ବେଳେ ରୋଡ୍‌ ରୋମିଓଙ୍କ ଉପଦ୍ରବ ସମେତ ଦ୍ରୁତଗତିରେ ଗାଡ଼ିଚାଳନା ପାଇଁ ଛାତ୍ରୀଛାତ୍ରଙ୍କ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଆଦର୍ଶ ବିଦ୍ୟାଳୟରୁ ଛାତ୍ରୀଛାତ୍ର ପୂର୍ତ୍ତ ବିଭାଗ ରାସ୍ତାକୁ ବାହାରିବା ବେଳେ ବିପଦ ପୂର୍ଣ୍ଣ ଭାବେ ବାହାରୁଛନ୍ତି ତେଣୁ ପୂର୍ତ୍ତ ବିଭାଗର ଉକ୍ତ ରାସ୍ତାର ଆଦର୍ଶ ବିଦ୍ୟାଳୟ ଛକରେ ହମ୍ପସ୍‌ ନିର୍ମାଣ ପାଇଁ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କୁ ଅଭିଭାବକମାନେ ଲିଖିତ ନିବେଦନ କରିଛନ୍ତି। ସେ ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଯେ, ଦାରିଙ୍ଗବାଡ଼ିଠାରୁ ବ୍ରାହ୍ମଣୀଗାଁ, ଗଜପତି ଦେଇ ବ୍ରହ୍ମପୁରକୁ ଉକ୍ତ ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗ କରୁଛି ଦାରିଙ୍ଗବାଡ଼ିର କଫି ବଗିଚା ସମେତ ଡୁଲୁରୀ ପାଇନବଣ, ମିଡିୟୁାନ୍ଦା ଜଳପ୍ରପାତ, ଋଷିମାଳ ପାହାଡ଼, ଯୋଗୀମଠ ଆଦି ପର୍ଯ୍ୟଟନ କ୍ଷେତ୍ର ରହିଥୁବା ବେକେ ଦୈନିକ ଶହଶହ ଗାଡ଼ି, ଯାତ୍ରୀବାହୀ ବସ୍‌ ଅଟୋ, କାର୍‌ ଆଦି ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ପୁଣି କଲାଣି ପ୍ରମାଣ ଖୋଜିବାର ଡ୍ରାମା! ମନ୍ତ୍ରୀ ଇସାକ ଡାର କହିଲେ,‘ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ PAK ଅଛି ବୋଲି…’

ଇସଲାମାବାଦ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ଚ୍ୟାଲେଞ୍ଜ କରିଛି। ସେ କହିଛନ୍ତି ଯେ ଯଦି ଭାରତ ପାଖରେ ଆକ୍ରମଣର...

ପଞ୍ଚାୟତିରାଜ ଦିବସ ପାଳିତ: ୩୯ ହିତାଧିକାରୀ ପାଇଲେ ରାଶନ କାର୍ଡ

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି...

ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳିଗଲା

ଦିଗପହଣ୍ଡି,୨୪।୪ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବଡଦାଣ୍ଡ ସାହିର ନର୍ମଦା ସାହୁ ଙ୍କ ଗ୍ରୋସରୀ ଦୋକାନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬...

Pahalgam Terror Attack: ମାତ୍ର ୭ ଦିନ ମଧ୍ୟରେ ପାକିସ୍ତାନ ଉପରେ ଭାରତ ନେବ କଡା ଆକ୍ସନ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ପରେ ପଡ଼ୋଶୀ ଦେଶ ରାଗରେ...

ଜାତୀୟ ପଞ୍ଚାୟତରାଜ ଦିବସ: ଗ୍ରେଡ଼-ସି ପାଇଁ ମନୋନୀତ ହେଲା ୩ ପଞ୍ଚାୟତ

ଦାରିଙ୍ଗବାଡି, ୨୪।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ଠାରେ ଜାତୀୟ ପଞ୍ଚାୟତ ଦିବସ ପାଳନ ଅବସରରେ ଦାରିଙ୍ଗବାଡି ବ୍ଲକର ୩ଟି ପଞ୍ଚାୟତକୁ ଗ୍ରେଡ଼-ସି...

ବ୍ଳକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ: ୪ ଗ୍ରାମପଞ୍ଚାୟତକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ

ଥୁଆମୂଳ ରାମପୁର,୨୪।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ- ୨୦୨୫ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚ୍ଚୁଆଲ ମୋଡ୍‌ରେ...

Pahalgam Terror Attack: ପାକିସ୍ତାନକୁ ମିଳିବ କଡା ଜବାବ? ସର୍ବଦଳୀୟ ବୈଠକରେ ରାହୁଲ-ଖାର୍ଗେ ବି ସାମିଲ

ନୂଆଦିଲ୍ଲୀ,୨୪।୪: କେନ୍ଦ୍ର ସରକାର ଗୁରୁବାର ଏକ ସର୍ବଦଳୀୟ ବୈଠକରେ Pahalgam Terror Attack ସମ୍ପର୍କରେ ରାଜନୈତିକ ଦଳର ନେତାମାନଙ୍କୁ ସୂଚନା ଦେଇଛନ୍ତି ଏବଂ ସେମାନଙ୍କ ମତାମତ...

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ଦାରିଙ୍ଗବାଡ଼ି ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଶ୍ରୀନଗରର ପହଲଗାମରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିବା ଓ ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଏକାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image