ସ୍ବପ୍ନ ବି ବେଳେବେଳେ ଆମକୁ ଅନେକ ସଙ୍କେତ ଦେଇଥାଏ। କିନ୍ତୁ ଏକଥା ସମସ୍ତଙ୍କୁ ଜଣା ନଥାଏ। ତା’ହେଲେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ସ୍ବପ୍ନ ଦିଏ କି ସଙ୍କେତ ଦେଇଥାଏ…
* ଜ୍ୟୋତିଷଶାସ୍ତ୍ର ଅନୁସାରେ, ଖୋଲା ଆଲମାରିର ସ୍ବପ୍ନ ଦେଖିଲେ ଏହା ଧନହାନିର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ।
*ସେହିପରି ସ୍ବପ୍ନରେ କିଛି ଶସ୍ୟ ଦେଖିବା ଚିନ୍ତାଗ୍ରସ୍ତର ସଙ୍କେତ ଦେଇଥାଏ।
* ଲୁଗାକାନିରେ ଲୁହ ପୋଛିବାର ସ୍ବପ୍ନ ଦେଖିବା ଆଗକୁ ଭଲ ସମୟ ଆସିବାର ସୂଚନା ଦେଇଥାଏ।
*କୌଣସି ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିଲେ ଆଗକୁ କିଛି ଅନିଷ୍ଟ ଘଟିବାର ସଙ୍କେତ ମିଳିଥାଏ।
*ଆଇସ୍କ୍ରିମ୍ ଖାଇବାର ସ୍ବପ୍ନ ସୁଖଶାନ୍ତିରେ ରହିବାର ସୂଚନା ଦେଇଥାଏ।
*ଯଦି ସ୍ବପ୍ନରେ କୌଣସି ଶିକ୍ଷକ ବା ଅଧ୍ୟାପକଙ୍କୁ ଦେଖନ୍ତି, ତା’ହେଲେ ଏହା ସଫଳତା ପ୍ରାପ୍ତିର ସଙ୍କେତ ଦିଏ।
*ସେହିପରି ଅନ୍ଧକାର ବା ଅନ୍ଧାରୁଆ ସ୍ଥାନର ସ୍ବପ୍ନ ବିପତ୍ତିର ସୂଚନା ଦେଇଥାଏ।
*ସ୍ବପ୍ନରେ ନିଆଁ ଦେଖିଲେ ଅସତ୍ ଉପାୟରେ ଟଙ୍କା ରୋଜଗାର କରିବାର ସଙ୍କେତ ମିଳିଥାଏ ।
*ଆତ୍ମହତ୍ୟା କରୁଥିବାର ଦୃଶ୍ୟ ସ୍ବପ୍ନରେ ଦେଖିଲେ ଆୟୂଷ ବୃଦ୍ଧିର ସୂଚନା ମିଳେ।
*ନିଜକୁ ଆକାଶରେ ଉଡୁଥିବାର ସ୍ବପ୍ନ ଯଦି କେହି ଦେଖନ୍ତି, ତା’ହେଲେ ଏହା ଉକ୍ତ ବ୍ୟକ୍ତିଙ୍କର ସଫଳତାପାପ୍ତିର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ।