Categories: ଜାତୀୟ

ଏପ୍ରିଲ ପହିଲାରୁ ବନ୍ୟା, ବଜ୍ରପାତ, ଭୂସ୍ଖଳନରେ ମଲେଣି ୨୦୩୮ଜଣ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ତଥ୍ୟ

ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା, ବଜ୍ରପାତ ଏବଂ ଭୂସ୍ଖଳନ ଯୋଗୁଁ ଦେଶରେ ୨୦୩୮ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୫୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହିମାଚଳ ପ୍ରଦେଶ ୩୩୦ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ରୁ ଅଗଷ୍ଟ ୧୭ ମଧ୍ୟରେ ଏହି ପ୍ରାକୃତିକ ବିପର୍ଯ୍ୟୟଯୋଗୁ ୧୦୧ଜଣ ନିଖୋଜ ହୋଇଛନ୍ତି। ସେହିପରି ବର୍ଷା ଓ ବନ୍ୟା ଯୋଗୁଁ ୧୫୮୪ ଜଣ ଆହତ ହୋଇଛନ୍ତି।

ଚଳିତ ବର୍ଷ ବର୍ଷା, ଭୂସ୍ଖଳନ ଓ ବଜ୍ରପାତ ଦ୍ୱାରା ଦେଶର ୩୩୫ଟି ଜିଲାକୁ ପ୍ରଭାବିତ ହୋଇଛି। ପ୍ରଭାବିତ ଜିଲା ମଧ୍ୟରେ ମଧ୍ୟପ୍ରଦେଶର ୪୦, ଆସାମର ୩୦ ଏବଂ ଉତ୍ତରପ୍ରଦେଶରେ ୨୭ଟି ଜିଲା ରହିଛି। ହିମାଚଳ ପ୍ରଦେଶର ୧୨ଟି ଜିଲା ଓ ଉତ୍ତରପ୍ରଦେଶର ୭ ଜିଲା ବନ୍ୟା ଓ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି।

ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବନ୍ୟାରେ ୮୯୨ଜଣ ଲୋକ ବୁଡିଯାଇଥିବାବେଳେ ବଜ୍ରପାତରେ ୫୦୬ ଜଣଙ୍କର ଜୀବନ ଯାଇଛି। ସେହିପରି ଭୂସ୍ଖଳନ ଯୋଗୁଁ ୧୮୬ଜଣଙ୍କର ମୃତ୍ୟୁ ହୋଇଛି। ବିହାର ଏବଂ ହିମାଚଳ ପ୍ରଦେଶ ବ୍ୟତୀତ ଗୁଜୁରାଟରେ ୧୬୫, ମଧ୍ୟପ୍ରଦେଶରେ ୧୩୮, କର୍ନାଟକ ଏବଂ ମହାରାଷ୍ଟ୍ରରେ ୧୦୭, ଛତିଶଗଡରେ ୯୦ ଏବଂ ଉତ୍ତରପ୍ରଦେଶରେ ୭୫ ଜଣ ପ୍ରାଣ ହରାଇଛନ୍ତି।

Share