Advertisement

ଘୁଞ୍ଚିଲା ପ୍ରଭାସଙ୍କ ଫିଲ୍ମ ‘କଳକି ୨୮୨୯ ଏଡି’ର ରିଲିଜ ତାରିଖ! ଜାନୁୟାରୀରେ ନୁହେଁ ଏହି ଦିନ ହେବ ରିଲିଜ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ପ୍ରଭାସଙ୍କ ଅଭିନୀତ ‘କଳକି ୨୮୨୯ ଏଡି’କୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି। ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିବାକୁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ଏହି ଚଳଚ୍ଚିତ୍ରଟି ୨୦୨୪ ଜାନୁୟାରୀରେ ରିଲିଜ ହେବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ, ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଜାନୁୟାରୀ ପରିବର୍ତ୍ତେ ମେ’ରେ ରିଲିଜ ହୋଇପାରେ।

କୁହାଯାଉଛି ଯେ, ଫିଲ୍ମର ନିର୍ମାତା ଅଶ୍ୱିନ ଦତ୍ତ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସେ ରିଲିଜ ତାରିଖକୁ ମେ’ ୯କୁ ବୃଦ୍ଧି କରିବେ। କାରଣ ଏହି ତାରିଖ ତାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର।

ଏଥି ସହିତ, କେତେକ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ଯେ, ଏହି ଉଚ୍ଚାଭିଳାଷୀ ଫିଲ୍ମରେ ଅନେକ ଭିଏଫଏକ୍ସ କାମ ଏ ପର୍ଯ୍ୟନ୍ତ କରାଯାଇନାହିଁ। ତେଣୁ, ଏହା ସମ୍ଭବ ଯେ, ଦଳ ଏହାର ରିଲିଜ ତାରିଖକୁ ଟିକିଏ ଆଗକୁ ନେଇପାରେ। ଏହି ଚଳଚ୍ଚିତ୍ରଟି ୬୦୦କୋଟି ଟଙ୍କାର ବଜେଟରେ ନିର୍ମିତ ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share