ମସ୍କୋ, ୨୬।୨ : ୟୁକ୍ରେନ୍ ରୁଷିଆ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ମିଡ଼ିଆ ପକ୍ଷରୁ ଦାବି କରାଯାଇଛି ଯେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଜଧାନୀ କ୍ୱିଭ୍ ଛାଡ଼ି ପଳାୟନ କରିଛନ୍ତି। ତେବେ ଏହାକୁ ନେଇ ଭ୍ରମ ସୃଷ୍ଟି ହୋଇଛି। ଜେଲେନସ୍କି ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ, ସେ ଦେଶଛାଡ଼ି କୁଆଡ଼େ ଯାଉ ନାହାନ୍ତି। ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲଢ଼େଇ ଜାରି ରଖିବେ।
କିଛି ଲୋକ ସୋସିଆଲ ମିଡ଼ିଆରେ ତାଙ୍କ ବିଷୟରେ ଭ୍ରମାତ୍ମକ ପ୍ରଚାର କରୁଛନ୍ତି। ଏଭଳି ଗୁଜବଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।