Advertisement

ଏହି ଅଭିନେତାଙ୍କ କଥା ମାନି ବିକିନି ପିନ୍ଧିଥିଲେ ମମତାଜ୍‌

ବଲିଉଡର ଭେଟେରାନ ଅଭିନେତ୍ରୀ ମମତାଜ ଆଜିକାଲି ମୁମ୍ବାଇରେ ଅଛନ୍ତି। ସେ ଦୀର୍ଘ ସମୟ ପରେ ଅର୍ଥାତ୍‌ ପ୍ରାୟ ଏକ ବର୍ଷ ପରେ ଲଣ୍ଡନରୁ ଫେରିଛନ୍ତି । ମମତାଜ ଏବେ ମଧ୍ୟ ସୁସ୍ଥ ଅଛନ୍ତି। ନିକଟରେ ତାଙ୍କ ଦେହାନ୍ତ ହେବାର ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ସେ ନିଜେ ଏକ ଭିଡିଓ ଜାରି କରି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ମମତାଜ ମୁମ୍ବାଇ ଆସି ବେଶ୍‌ ଖୁସି ନଜର ଆସିଛନ୍ତି। ଏକ ବର୍ଷ ପରେ ମୁମ୍ବାଇ ଆସିଛି। ମୋ ସ୍ବାମୀ ଏଠାକୁ ଆସିବାର ନିଷ୍ପତ୍ତିରେ ଖୁସି ନ ଥିଲେ। ମୁଁ ବିପଦରେ ପଡେ ସେ ଚାହୁଁ ନ ଥିଲେ। ମୁମ୍ବାଇକୁ ଭଲ ପାଉଥିବାରୁ ମୁଁ ଏଠାକୁ ଆସିଛି ବୋଲି ମମତାଜ କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମମତାଜ ବିଗତ ଦିନର ସ୍ମୃତିକୁ ବଖାଣି ଥିଲେ। ଫିରୋଜ ଖାନଙ୍କ ଫିଲ୍ମ ଅପରାଧରେ ପ୍ରଥମଥର ପାଇଁ ବିକିନି ପିନ୍ଧିଥିବା ସେ କହିଥିଲେ। ପ୍ରଥମେ ଏହା ପିନ୍ଧିବାକୁ ମୁଁ ଅରାଜି ଥିଲି। କିନ୍ତୁ ଫିରୋଜଙ୍କ କହିବା ପରେ ବିକିନି ପିନ୍ଧିଥିଲି। ଏଥିରେ ମୁଁ ବହୁତ ସେକ୍ସି ଏବଂ ଭଲ ଦେଖାଯାଉଥିଲି। ତେଣୁ ଫିଲ୍ମରେ ପିନ୍ଧିବାକୁ ରାଜି ହୋଇଥିଲି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share