Posted inରାଜ୍ୟ

ପାଣିପାଗ ବିଭାଗର ଆକଳନ, ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ଼୍ବର, ୨୩।୬: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏନେଇ ଅଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୨୦ ଜିଲାକୁ ବିଜୁଳି, ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ଅର୍ଥାତ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ୨୪ଟି ଜିଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି। ପାଗ ଅନୁକୂଳ ଥିବାରୁ ମୌସୁମୀ ପୁଣି ସକ୍ରିୟା ହେବା ସହ ବିଭିନ୍ନ ଜିଲାକୁ ପ୍ରବେଶ କରୁଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସାମ୍ଭାବ୍ୟ ବନ୍ୟା ପାଇଁ ଉଚ୍ଚସ୍ତରୀୟ ବୈଠକ ଗତକାଲି ଡକାଇଥିଲେ । ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଜଳ ସମ୍ପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦୁର୍ବଳ ନଦୀବନ୍ଧ ଅଧିକ ସୁଦୃଢ଼ କରିବା ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ମିଳିବ ବର୍ଦ୍ଧିତ ଭତ୍ତା, ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୨ା୭: ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।...

ଲକ୍ଷ୍ମୀ ବସ୍‌ ପରେ ବଦଳିବ ‘ମୋ ବସ୍‌’ର ନାଁ! ଜାଣନ୍ତୁ…

ଭୁବନେଶ୍ୱର,୨ା୭: ରାଜ୍ୟରେ ଭାଜପା ସରକାର ଆସିବା ପରେ ସବୁ ପରିବର୍ତ୍ତନ ହେଉଛି। ଏସବୁ ମଧ୍ୟରେ ଲକ୍ଷ୍ମୀ ବସ୍‌ର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ୍‌...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖରେ ନବ ଦାସଙ୍କ ପୁଅ ବିଶାଳ: ଫଟୋକୁ ନେଇ ବଢ଼ୁଛି ଚର୍ଚ୍ଚା

ଭୁବନେଶ୍ୱର,୨।୭: ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ବର୍ଗତ ନେତା ନବ ଦାସଙ୍କ ପୁଅ ତଥା ବିଜେଡି ନେତ୍ରୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ...

ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ: ବଳାତ୍କାର ପୀଡିତାଙ୍କ ତୁରନ୍ତ ସ୍ବାସ୍ଥ୍ୟ ଯାଞ୍ଚ୍‌ କର

ଭୁବନେଶ୍ୱର, ୨।୭(ଅସମାପିକା ସାହୁ):ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ୧୮୪ ଧାରା ଅନୁସାରେ ବଳାତ୍କାର କିମ୍ବା ବଳାତ୍କାର ଉଦ୍ୟମର ଶିକାର ହୋଇଥିବା...

ଅଣସର ଘରେ  ମହାପ୍ରଭୁ:  ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ

ପୁରୀ,୨।୭: ଅଣସର ଘରେ  ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ। ଏ ନେଇ ପବିତ୍ର ଏକାଦଶୀ ତିଥିରେ  ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି...

ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ପାଇ ଗୁହାରି ଜଣାଇବା ବଡ଼କଥା

ଭୁବନେଶ୍ୱର,୨ା୭(ଅନିଲ ଦାସ):ଦୀର୍ଘବର୍ଷ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ଖବର ପ୍ରସାରିତ ହେବା ପରେ ସାରା ରାଜ୍ୟରୁ ନିଜର...

ଭାଜପା ଉପରେ ବର୍ଷିଲା ବିଜେଡି: ପ୍ରତିଶ୍ରୁତି ପ୍ରଥମ ପାଳନ କରୁ…

ଭୁବନେଶ୍ୱର,୨ା୭(ଅନିଲ ଦାସ):ରାଜ୍ୟରେ କ୍ଷମତାକୁ ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣକୁ ପ୍ରାଥମିକତା ଦିଆଯିବ ବୋଲି ଭାଜପା ସରକାର ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ସୋମବାର...

୧୧ ଜିଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର, ୨।୭(ଅସମାପିକା ସାହୁ):ଲଘୁଚାପ ଯୋଗୁ ରାଜ୍ୟରେ ଗତ ୩ଦିନ ହେବ ବର୍ଷା ଲାଗି ରହିଥିଲା। ସୋମବାର ବର୍ଷା କମିଛି। ମଙ୍ଗଳବାର କାଳବୈଶାଖୀ ନେଇ ବିଭିନ୍ନ ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri