ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ରହିବା ଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ଅନେକ ସୁ-ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଅନ୍ୟ କୌଣସି ଦିଗରେ ଶୌଚାଳୟ କଲେ କ’ଣ ସବୁ ସମସ୍ୟା ଉପୁଜିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…
*କୁହାଯାଏ, ଘରର ପୂର୍ବ ଦିଗରେ ଶୌଚାଳୟ ଥିଲେ ପରିବାର ସଦସ୍ୟଙ୍କୁ ସବୁବେଳେ ଥକ୍କାପଣ ଅନୁଭବ ହୋଇଥାଏ। ତା’ସହିତ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଯାଇଥାଏ।
* ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ଗଢିହେବ କିନ୍ତୁ ପଶ୍ଚିମ ଦିଗରେ ଶୌଚାଳୟ ରହିବା ଆଦୌ ଭଲ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହାଦ୍ୱାରା ଘରେ ଅଶାନ୍ତି ଉପୁଜିଥାଏ ବୋଲି କୁହାଯାଏ।
* ସେହିପରି ଉତ୍ତର ଦିଗରେ ଶୌଚାଳୟ ରହିବା ଠିକ୍ ନୁହେଁ। କୁହାଯାଏ, ଏହି ଦିଗରେ ଶୌଚାଳୟ ରହିଲେ ଘରର ସଦସ୍ୟଙ୍କ ରୋଜଗାର ଉପରେ ଏହାର କୁ-ପ୍ରଭାବ ପଡିଥାଏ। ଯଦ୍ଦ୍ବାରା ଧନହାନି ହେବାର ଆଶଙ୍କା ଦେଖାଯାଇଥାଏ।
*ଶୌଚାଳୟ ପାଇଁ ଉତ୍ତର-ପୂର୍ବ କୋଣ ମଧ୍ୟ ଠିକ୍ ନୁହେଁ। ଏହାର ପ୍ରଭାବ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡିଥାଏ ବୋଲି ବିଶ୍ୱାସ କରାଯାଏ।
*ଏଥିସହିତ ଧ୍ୟାନ ରଖିବେ, ଶୌଚାଳୟ କେବେ ବି ଭୂଲ୍ରେ ଯେମିତି ରୋଷେଇ ଘରର ସମ୍ମୁଖରେ ନଥିବ, କାରଣ ଏହାଦ୍ୱାରା ଘରେ ଅଭାବ ଅନଟନ ଲାଗି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।