ଘରେ ଏଭଳି ଜିନିଷ ରଖିଥିଲେ ତୁରନ୍ତ କାଢ଼ି ଦିଅନ୍ତୁ.. ନଚେତ..

ଘର ହେଉ ଅବା ଅଫିସ, ଆଜିକାଲି ଲୋକମାନେ ବାସ୍ତୁ ଅନୁଯାୟୀ ସବୁକିଛି କରିବାକୁ ପସନ୍ଦ କରୁଛନ୍ତି। କାରଣ ବାସ୍ତୁ ଠିକ୍‌ ଥିଲେ ଆଖପାଖରେ ସକରାତ୍ମକ ଉର୍ଜା ସଂଚାର ହୁଏ। ଏହାଦ୍ୱାରା ଉନ୍ନତି ହୋଇଥାଏ। ହେଲେ ଏପରି କିଛି ଜିନିଷ ଅଛି ଯାହା ଘରେ ରହିଲେ ଧନ ହାନି ହୋଇଥାଏ। ଜାଣନ୍ତୁ…

କୁହାଯାଏ ଘରେ ବନ୍ଦ ପଡ଼ିଥିବା ଘଣ୍ଟା ନଚେତ ଭାଙ୍ଗି ଯାଇଥିବା ଘଣ୍ଟା ରଖିବା ଅନୁଚିତ। ତଥାପି ଲୋକେ ଏହାକୁ ଖାମଖିଆଲ ଭାବେ ନେଇଥାନ୍ତି। ବାସ୍ତୁ ଅନୁସାରେ ଯଦି ଦେଖାଯାଏ ତେବେ ଘରେ ଏଭଳି ଘଣ୍ଟା ଥିଲେ ତୁରନ୍ତ ଠିକ୍‌ କରିନେବା ଉଚିତ। ନହେଲେ ତାକୁ ଘରୁ ବାହାର କରିଦିଅନ୍ତୁ। ନଚେତ ଏହା ଅସୁବିଧା ସୃଷ୍ଟି କରିପାରେ। ଉନ୍ନତି ଦିଗରେ ବାଧା ଉପୁଜାଇପାରେ।

-ବାସ୍ତୁ ଅନୁଯାୟୀ ଘରେ କେବେ ବି କାଳୀଙ୍କ ପ୍ରତିମୂର୍ତ୍ତୀ ରଖିବା ଅନୁଚିତ। ଏପରିକି ପୂଜା ଘରେ କୌଣସି ଦେବାଦେବୀଙ୍କ ଖଣ୍ଡିତ ମୂର୍ତ୍ତି ମଧ୍ୟ ରଖାଯିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ବଢ଼ିଥାଏ।

-ଶିବଲିଙ୍ଗଙ୍କୁ ପୂଜା କରିବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶିବଲିଙ୍ଗକୁ ଘରେ ରଖିବା ଉଚିତ ନୁହେଁ। ତେବେ ହଁ, କିଛି ଜ୍ୟୋତିଷ ଘରେ ଛୋଟ ଶିବଲିଙ୍ଗ ରଖିବାକୁ କୁହନ୍ତି, ଯାହାର ଆକାର ଏପରି ହେବା ଦରକାର ଯେପରି ମୁଠାରେ ଆସିଯିବ।

– ଘରେ ଥିବା ଝରକା ତଥା କବାଟରେ ଭଙ୍ଗା କାଚ ଥିବା ଠିକ୍‌ ନୁହେଁ। ବାସ୍ତୁ ଅନୁସାରେ ଏହା ପ୍ରଗତି ପଥରେ ବାଧା ଉପୁଜାଏ। ଏପରିକି ଘରେ ଭାଙ୍ଗି ଯାଇଥିବା ବାସନକୁସନ ମଧ୍ୟ ରଖିବା ଉଚିତ ନୁହେଁ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଲକ୍ଷ୍ମୀ ଅପ୍ରସନ୍ନ ହୁଅନ୍ତି।

– ବୁଡ଼ି ଯାଉଥିବା ଜାହାଜ ଅଥା ସୂର୍ଯ୍ୟଙ୍କ ମୂର୍ତ୍ତୀ ଘରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ବୈଭବ ଆସି ନ ଥାଏ। ଏପରିକି ଘରେ ଲଗାଇଥିବା ଗଛର ପତ୍ର ହଳଦିଆ ନଚେତ ଶୁଖିଗଲେ ତାହାକୁ ଛିଣ୍ଡାଇ ଫିଙ୍ଗି ଦେବା ଉଚିତ। ଏଥିସହ ଶୋଇବା ଘର ଭିତରେ କେବେ ବି କୌଣସି ଗଛ ରହିବା ଉଚିତ ନୁହେଁ।

-ବାସ୍ତୁ ଅନୁଯାୟୀ ଘରେ ଅଳିଆ ରଖିବା ଠିକ୍‌ ନୁହେଁ। ଯଦି କୌଣସି ଜିନିଷ ଆପଣଙ୍କ ଉପଯୋଗୀ ନାହିଁ। ଭାଙ୍ଗିରୁଜି ଯାଇଛି ତେବେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ। ନଚେତ ଧନହାନୀ ହେବାର ସମ୍ଭାବନା ଥାଏ।