Categories: ଜାତୀୟ

୧୫ ଦିନରେ ୪୫ କୋଟିର ହିସାବ ଦିଅ: କେଜରିଓ୍ବାଲଙ୍କୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୯।୪ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ପୁଣି ଏକ ନୂଆ ବିବାଦ ଆରମ୍ଭ ହେବାକୁ ଯାଉଛି। କେଜରିିୱାଲଙ୍କ ବାସଭବନର ନବୀକରଣରେ ହୋଇଥିବା ଅନିୟମିତତା ସମ୍ପର୍କିତ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇବା ପରେ ଉପରାଜ୍ୟପାଳ ମୁଖ୍ୟ ସଚିବଙ୍କୁ ୧୫ ଦିନ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଖର୍ଚ୍ଚ ହୋଇଥିବା ୪୫ କୋଟିର ହିସାବ ଉପରାଜ୍ୟପାଳ ମାଗିଛନ୍ତି।

ରିପୋର୍ଟ ଅନୁଯାୟୀ, ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବାସଭବନର ନବୀକରଣରେ ସମ୍ପୃକ୍ତ ଅନିୟମିତତା ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏ ସମ୍ବନ୍ଧୀୟ ସମସ୍ତ ରେକର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଲୋଡିଛନ୍ତି। ଏହା ସହିତ, ରେକର୍ଡଗୁଡିକର ଯାଞ୍ଚ ପରେ ୧୫ ଦିନ ମଧ୍ୟରେ ଏହି ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ,ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଅବସ୍ଥିତ ସିଏମ କେଜ୍ରିୱାଲଙ୍କ ସରକାରୀ ବଙ୍ଗଳାର ନବୀକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଭାଜପା ଦାବି କରୁଛି। ଏଥିରେ ପରଦା, କାର୍ପେଟ, ବିଦେଶୀ ମାର୍ବଲ ଏବଂ ଟିଭି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନୈତିକତା ଆଧାରରେ ଭାଜପା କେଜରିୱାଲଙ୍କ ଇସ୍ତଫା ଦାବି କରିଛି।

ଭାଜପା ଅଭିଯୋଗକୁ ଖଣ୍ଡନ କରି ଭେଟେରାନ ଏଏପି ନେତା ରାଘବ ଚଢ଼ା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିବାସ ୭୫-୮୦ ବର୍ଷ ପୂର୍ବେ ୧୯୪୨ମସିହାରେ ନିର୍ମିତ ହୋଇଥିଲା। ଦିଲ୍ଲୀ ସରକାରଙ୍କ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି) ଏହାର ଅଡିଟ ପରେ ନବୀକରଣ ପାଇଁ ସୁପାରିଶ କରିଥିଲା। ଏଥି ସହିତ,ଏଏପି ନେତାଙ୍କ ଦାବିକୁ ବିରୋଧ କରି ପିଡବ୍ଲ୍ୟୁଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ନବୀକରଣ ନୁହେଁ, ବରଂ ପୁରୁଣା ସ୍ଥାନରେ ଏକ ନୂତନ ଢାଞ୍ଚା ନିର୍ମାଣ କରାଯାଇଛି। କେଜରିଓ୍ବାଲଙ୍କ କ୍ୟାମ୍ପ ଅଫିସ ମଧ୍ୟ ସେଠାରେ ରହିଛି। ଏଥିରେ ପ୍ରାୟ ୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Share