Categories: ଖେଳ

ଆରୋପ ପ୍ରତ୍ୟାରୋପ

ବ୍ରିଜ୍‌ଭୂଷଣ ନିଜ କ୍ଷମତାର ଦୁରୁପଯୋଗ କରି ମହିଳା ଖେଳାଳିମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏପରିକି ତାଙ୍କ ଜାଣତରେ ଅନ୍ୟ କିଛି କୋଚ୍‌ ଖେଳାଳିଙ୍କ ସହିତ ଏଭଳି କରିଥିବା ନେଇ ଖେଳାଳିମାନେ ଅଭିଯୋଗ ଆଣିଥିଲେ। ଏପରିକି ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ଖେଳାଳିମାନଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା। ଦେଶର ବିଭିନ୍ନ ରାଜନୈତିକ ଦଳ ଖେଳାଳିଙ୍କ ସମର୍ଥନରେ ବାହାରିଥିଲେ ମଧ୍ୟ ଭାଜପାର ଜଣେ ବି ମହିଳା ଏମ୍‌ପି ଯୋଗ ନ ଦେବା ପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଭାଜପା ଆଇଟି ସେଲ୍‌ ପକ୍ଷରୁ ଖେଳାଳିମାନଙ୍କ ଛବି ମଳିନ କରିବାକୁ ପ୍ରୟାସ କରାଯାଉଥିବା ନେଇ ଅଭିଯୋଗ ଆସିଥିଲା। ବଜରଙ୍ଗ ପୁନିଆ ବ୍ରିଜଭୂଷଣଙ୍କଠାରୁ ପୁରସ୍କାର ନେଉଥିବାର ଫଟୋକୁ ଭାଇରାଲ କରାଯାଇଥିଲା। ରେସ୍‌ଲରମାନେ ରାଜନୈତିକ ଦଳ ଓ ଜଣେ ବ୍ୟବସାୟୀଙ୍କ ଦ୍ୱାର ପରିଚାଳିତ ହୋଇ ଏଭଳି ମିଥ୍ୟା ଆରୋପ ଆଣିଥିବା ନେଇ ବ୍ରିଜଭୂଷଣ ଅଭିଯୋଗ କରିଥିଲେ। ଏହା ସହିତ ନ୍ୟାଶନାଲ ଟ୍ରାଏଲ୍ସ ନିୟମରେ ଡବ୍ଲ୍ୟୁଏଫ୍‌ଆଇ ଆଣିଥିବା ପରିବର୍ତ୍ତନକୁ ବିରୋଧ କରି କେବଳ ହରିୟାଣା ଓ ପଞ୍ଜାବର ରେସ୍‌ଲରମାନେ ଧାରଣାରେ ସାମିଲ ହୋଇଥିବା ସେ ଅଭିଯୋଗ କରିଥିଲେ। ଏହା ସହିତ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୋଚ୍‌ ମହାବୀର ଫୋଗତଙ୍କ ସମ୍ପୃକ୍ତି ଆଡକୁ ସେ ଇଙ୍ଗିତ କରିଥିଲେ। ଏହି ଧାରଣାରେ ସାମିଲ ଥିବା ସମସ୍ତ ରେସ୍‌ଲର ମହାବୀରଙ୍କ ଆଖଡାରେ ପ୍ରଶିକ୍ଷଣ ନିଅନ୍ତି। ଏଫ୍‌ଆଇଆର୍‌ ଦାଖଲ ହେବା ପରେ ମଧ୍ୟ ଖେଳାଳିମାନେ କାହଁକି ଧାରଣାରେ ବସିଛନ୍ତି ବୋଲି ମଧ୍ୟ ବ୍ରିଜ୍‌ଭୂଷଣ ପ୍ରଶ୍ନ ଉଠାଇଥିଲେ।

Share