ବିନା ପ୍ରକଳ୍ପରେ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଆଳି,୩୦ା୯(ବନମାଳୀ ସେନାପତି): ରାଜ୍ୟ ସରକାର ପଞ୍ଚାୟତର ବିକାଶ ନିମନ୍ତେ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡିକୁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ହେଲେ ସରକାରୀ ଅର୍ଥକୁ ବାଟମାରଣା କରବାରେ ଲାଗି ପଡିଛନ୍ତି ପଞ୍ଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀ। ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ସରକାରୀ ସ୍ତରରେ ଯୋଜନା ହେଉଥିବା ବେଳେ ଲୋକଙ୍କୁ ଭୁଆଁ ବୁଲାଇ ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆଳି ବ୍ଲକ ସିଙ୍ଗିରି ପଞ୍ଚାୟତର ଅଧିବାସୀ।
ଶୁକ୍ରବାର ଖବରଦାତା ସମ୍ମିଳନୀ ମାଧ୍ୟମରେ ସେମାନେ ଅଭିଯୋଗ ଆଣିଛନ୍ତି ଯେ, ସିଙ୍ଗିରି ପଞ୍ଚାୟତ ଏବେ ଦୁର୍ନୀତିରେ ଉବୁଟୁବୁ ହେଉଛି। ପଞ୍ଚାୟତରେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ପଞ୍ଚାୟତକୁ ଆସିଥିବା ଅର୍ଥ ଆତ୍ମସାତ ହୋଇଥିବା ସେମାନେ ଅଭିଯୋଗ ବାଢିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ୨୨-୨୩ ଓ ୨୩-୨୪ ଆର୍ଥତ୍କ ବର୍ଷରେ ଅନେକ ପ୍ରକଳ୍ପ କାର୍ଯ୍ୟ ହୋଇଥିବା ବେଳେ ୪ଟି ପ୍ରକଳ୍ପର ସୂଚନା ଫଳକ ମାରି ଦେଇ କାମ କରା ନ ଯାଇ ପ୍ରାୟ ୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଦୁର୍ନୀତିରେ ସରପଞ୍ଚଙ୍କଠୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ, ଜିଆରଏସ୍‌, ଏପିଓ, କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ବିଡିଓ ସାମିଲ ରହିଥିବା ଅଭିଯୋଗ ହେଉଛି। ତଥ୍ୟ ଅନୁଯାୟୀ, ସିଙ୍ଗିରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହେ। ଏହି ରାସ୍ତାରୁ ଜଳ ନିଷ୍କାସନର ବ୍ୟବସ୍ଥା ସହ ରାସ୍ତାକୁ ଉଚ୍ଚ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି। ହେଲେ ଏହି ରାସ୍ତା ନିର୍ମାଣ ହେଉନାହିଁ। କିନ୍ତୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମୁକ୍ତେଶ୍ୱର ମହାଦେବ ମନ୍ଦିର ନିକଟରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିବା ଦର୍ଶାଇ ୨ଲକ୍ଷ ୨୦ ହଜାର ୨୧୭ ଟଙ୍କା ଉଠାଯାଇଛି। ହେଲେ ଏହି ରାସ୍ତାରେ କିନ୍ତୁ ମାଟି ମୁଠାଏ ପଡ଼ି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଗୋପୀ ଦାସ ଛକଠାରୁ କୀର୍ତ୍ତନ ମଣ୍ଡପ ପର୍ଯ୍ୟନ୍ତ ରାସ୍ତାରେ ମାତ୍ର ୩୦ରୁ ୪୦ ଟ୍ରିପ ମାଟି ପକାଇ ଏ ବାବଦରେ ୨ ଲକ୍ଷ ୫୪ ହଜାର ୭୯୩ ଟଙ୍କା ଉଠା ଯାଇଥିବା ଜଣାପଡିଛି। ସେହିପରି ସରକାର ଗ୍ରାମଞ୍ଚଳରେ ଅପରିତ୍ୟକ୍ତ ଅବସ୍ଥାରେ ଥିବା ପୋଖରୀର ପୁନରୁଦ୍ଧାର କରୁଛନ୍ତି। ପଞ୍ଚାୟତର ମା’ ବୁଢୀ ଜାଗୁଳାଇ ପୋଖରୀ ପୁନରୁଦ୍ଧାର ପ୍ରକଳ୍ପ କରି ଏହାକୁ ପୋତି ଦେଇଛନ୍ତି ଏବଂ ଏ ବାବଦରେ ୪ ଲକ୍ଷ ୭ ହଜାର ୬୨୮ ଟଙ୍କା ଉଠାଇ ନେଇଛନ୍ତି। ସେହିପରି ଦହିସାହି ଗଁାରେ ଆଦର୍ଶ ପୋଖରୀର ପୁନରୁଦ୍ଧାର ନିମନ୍ତେ ୩ ଲକ୍ଷ ୫୬ ହଜାର ୭୬୭ ଟଙ୍କା ସରକାରୀ ତହବିଲରୁ ଉଠା ଯାଇଛି। ସେଭଳି କୌଣସି ପୋଖରୀ ଖନନ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ଅନେକ ଜବ୍‌କାର୍ଡଧାରୀ ଥିବାବେଳେ ସେମାନଙ୍କୁ କାମ ନିୟୋଜିତ କରାଯାଉନି। ମେଶିନ ଲଗାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ କରାଯାଏ। ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସମ୍ପୃକ୍ତ ଥିବା ସରପଞ୍ଚ, କାର୍ଯ୍ୟନିର୍ବାହୀ, ଜିଆରଏସ୍‌, କନିଷ୍ଠଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତର ମିନତି ଦାସ, ଉର୍ମିଳା ବେହେରା, ଅକ୍ଷୟ ଦାସ, ଶ୍ରୀଚରଣ ମଲିକ, ବସନ୍ତ ସେଠୀ, ରମେଶ ନାଥ, ରଞ୍ଜନ ସେଠୀ, ଅବିନାଶ ଦାସ, ହେମନ୍ତ ବାରିକ, ଶ୍ରୀକାନ୍ତ ମଲିକ, ମନୋରଞ୍ଜନ ଲେଙ୍କା, ପଦ୍ମନାଭ ସେଠୀ, ହେମନ୍ତ ରାଉତ, ଅଭିରାମ ମଲିକ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ପଞ୍ଚାୟତର ସରପଞ୍ଚ ଅକ୍ଷୟ ଦାସଙ୍କୁ ପଚାରିବାରୁ ଏହା ମିଥ୍ୟା ଅଭିଯୋଗ। ତଦନ୍ତ ପ୍ରକ୍ରିୟା ନିମନ୍ତେ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଆଳି ବିଡିଓ ମିନତି ଜଗଦେବଙ୍କୁ ପଚାରିବାର ଏହି ଅଭିଯୋଗ ପାଇଛନ୍ତି। ଖୁବ୍‌ଶୀଘ୍ର ଅଭିଯୋଗର ତଦନ୍ତ କରାଯିବ। ଯିଏ ବି ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri