ଗୋଟାବାୟାଙ୍କ ବିରୋଧରେ ଆସିବ ମହାଭିଯୋଗ

କଲମ୍ବୋ, ୧୪ା୪: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଘନେଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଜାରି ଥିବାବେଳେ ତାଙ୍କ ବିରୋଧରେ ମହାଭିଯୋଗ ଓ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ ବିରୋଧୀ ଦଳ ନେତା ସାଜିତ୍‌ ପ୍ରେମାଦସା ଏଥିରେ ସ୍ବାକ୍ଷର କରିଛନ୍ତି। କଲମ୍ବୋସ୍ଥିତ ବିରୋଧୀ ନେତାଙ୍କ କାର୍ଯ୍ୟାଳୟରେ ବିରୋଧୀ ଏସ୍‌ଜେବି ଦଳର ପ୍ରାୟ ୫୦ ସଦସ୍ୟ ଏଥିରେ ଦସ୍ତଖତ କରିଛନ୍ତି। ଖୁବ୍‌ଶୀଘ୍ର ପାର୍ଲାମେଣ୍ଟରେ ଆଗତ କରାଯିବ ବୋଲି ଜଣାପଡ଼ିଛି।
ଭଳି ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ଖବରକୁ ପ୍ରେମାଦସା ଖାରଜ କରିଥିଲେ। ସାମ୍ବିଧାନିକ ପ୍ରକ୍ରିୟାରେ ସରକାର ବଦଳାଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଦେଶର ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ସରକାରଙ୍କୁ ସମୟ ଆବଶ୍ୟକ ବୋଲି କହି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଲୋକଙ୍କୁ ବିକ୍ଷୋଭ ପରିବର୍ତ୍ତେ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି। ଗୋଟାବାୟା ଓ ସରକାରରେ ଥିବା ତାଙ୍କ ପରିବାର ସଦସ୍ୟଙ୍କ ଇସ୍ତଫା ଦାବିରେ ଶନିବାରଠାରୁ ବିକ୍ଷୋଭ ଜାରି ଥିବାବେଳେ ଆନ୍ଦୋଳନକାରୀଙ୍କ ସହ କଥା ହେବା ପାଇଁ ମହିନ୍ଦା ପ୍ରସ୍ତାବ ଦେଇଛନ୍ତି।

 

Share