ଫ୍ଲାଟ୍‌ ଦେବା ନାଁରେ ୧୭ ଲକ୍ଷ ଚଳୁ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଫ୍ଲାଟ୍‌ ଦେବାକୁ କହି ୧୭ ଲକ୍ଷ ୬୦ ହଜାର ଟଙ୍କା ନେଲେ। ହେଲେ ଫ୍ଲାଟ୍‌ ଦେଲେ ନାହିଁ। ଯେତେବେଳେ ଟଙ୍କା ଫେରାଇବାକୁ କହିଲେ, ବିଭିନ୍ନ ପ୍ରକାର ବାହାନାକରି ଦିନ ଗଡାଇବା ସହ ଧମକ ଦେଲେ। ଶେଷରେ ଠକାମିର ଶିକାର ହୋଇଥିବା ପ୍ରସନ୍ନ କୁମାର ସାହୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ କଟକ ରୋଡ ଅଞ୍ଚଳର ଭକ୍ତ ବତ୍ସଳ ଚକ୍ରବର୍ତ୍ତୀ।

Share