ଅବକାରୀ ଚଢାଉ: ଦେଶୀମଦ ସମେତ ସ୍କୁଟି ଜବତ, ଅଭିଯୁକ୍ତ ଗିରଫ

ବାଣପୁର,୨୭।୪(ଡି.ଏନ.ଏ.): ଦିନକୁ ଦିନ ଖୋର୍ଦ୍ଧା ଜିଲା ବାଲୁଗାଁ,ବାଣପୁର, ଚିଲିକା ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢିବାରେ ଲାଗିଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରି ଗିରଫ କରିଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି ଚୋରା ଦେଶୀମଦ ବ୍ୟବସାୟୀ । ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଗୁରୁବାର ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା ଦେଶୀମଦ ସମେତ ଏକ ସ୍କୁଟି ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ଗୁରୁବାର ଚୋରା ଦେଶୀମଦ କାରବାର ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇଥିଲା। ବତେବେ ବାଣପୁର ବାଲେଡିହ ଛକ ନିକଟରେ ଚଢାଉ କରାଯାଇ ବାଣପୁର ଥାନା ଅନ୍ତର୍ଗତ ବଡହନ୍ତୁଆଡ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କୁ (୫୫)ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୬୦ ଲିଟର ଚୋର ଦେଶୀମଦ ସମେତ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଜବତ କରି ତାଙ୍କ ବିରୋଧରେ କେସ ନମ୍ବର ୧୩/୨୩-୨୪ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି।

 

Share